Categories: ଜାତୀୟ

ବାପାଙ୍କ କଥା ଭୁଲି ନାହାନ୍ତି ଉଦ୍ଧବ

ମୁମ୍ବାଇ,୯ ।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ତାଙ୍କ ପିତା ବାଲ ଠାକରେ ଦେଇଥିବା କଥାକୁ ସେ କେବେ ଭୁଲିନାହାନ୍ତି । ସେ କହିଛନ୍ତି ଔରଙ୍ଗାବାଦର ନାମ ପରିବର୍ତ୍ତନ ହେବ, ନିଶ୍ଚୟ ହେବ । ମୋ ପିତା କଥା ଦେଇଥିଲେ, ତେଣୁ ମୁଁ ଏହାକୁ ନିଶ୍ଚୟ ପୂରଣ କରିବି । ଔରଙ୍ଗାବାଦ ଜିଲାର ନାମ ସଂଭାଜି ନଗର ହେବ । ଉଦ୍ଧବ ଠାକରେ ଶିବସେନା ରାଲିରେ ଏହା କହିଛନ୍ତି । ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନାମ ବଦଳାଇବାକୁ ଦେଉନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଔରଙ୍ଗାବାଦ ଏୟାରପୋର୍ଟର ନାମ ଛତ୍ରପତି ସଂଭାଜି ମହାରାଜଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲୁ । ଏଥିପାଇଁ ଦେଢ ବର୍ଷ ପୂର୍ବରୁ ରାଜ୍ୟର ବିଧାୟିକାରେ ରେଜୋଲ୍ୟୁଶନ ପାସ ବି ହୋଇଥିଲା । ଏନେଇ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲେ ବି ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

Share