Categories: ଜାତୀୟ

ମୁନାଓ୍ବରଙ୍କୁ ମିଳିଲାନି ଜାମିନ

ଭୋପାଳ,୨୯।୧: ହିନ୍ଦୁ ଦେବଦେବୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡଅପ୍‌ କମେଡିଆନ ମୁନାଓ୍ବର ଫାରୁକିଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ସେ ଏଭଳି କରି ନ ଥିବାର କୌଣସି ପ୍ରମାଣ ନ ଥିବାରୁ ତାଙ୍କୁ ଜାମିନ ମିଳିପାରିବନି ବୋଲି କୋର୍ଟ କହିଛନ୍ତି। ମୁନାଓ୍ବର କୌଣସି ଠାକୁରଙ୍କୁ ଅପମାନିତ କରି ନ ଥିବା ନେଇ ଯୁକ୍ତି ବାଢ଼ିଥିଲେ ମଧ୍ୟ ନ୍ୟାୟାଳୟ ଏହାକୁ ଖାରଜ କରିଦେଇଥିଲେ। ଗତ ୨ ତାରିଖରେ ମୁନାଓ୍ବର ଓ ତାଙ୍କ ସହଯୋଗୀ ନଲିନ୍‌ ୟାଦବଙ୍କୁ ଗିରଫ କରାଯାଇଥିଲା।

Share