ସମବାୟ ସମିତିରେ ମିଳୁନି ସାର, ଚାଷୀକୁଳ ହତାଶ

ପଟ୍ଟାମୁଣ୍ଡାଇ,୨୨ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗଛନ୍ତି। ଚଳିତ ଖରିଫ ଋତୁରେ ବ୍ଲକର ୩୧ ପଞ୍ଚାୟତରେ ୧୧,୩୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେଉଛି। ସେଥିମଧ୍ୟରୁ ଏଯାବତ ୬ ହଜାର ହେକ୍ଟର ଜମିରେ ରୁଆପୋତା କାମ ସରିଛି। ଅବଶିଷ୍ଟ ଜମିରେ ରୁଆଧାନ ପାଇଁ ତଳି ପଡ଼ି ରହିଛି। ଚଳିତ ଖରିଫ ଚାଷ ଆରମ୍ଭରୁ ବର୍ଷା ଲୁଚକାଳି ଖେଳ, ବିହନ ଅଭାବ ସହ ସଂଗ୍ରାମକରି ଚାଷୀମାନେ ଚାଷ କାର୍ଯ୍ୟ ଆଗେଇ ନେଉଥିଲେ। ଧାନ ତଳି ରୁଆ, ବୁଣା ହୋଇଥିବା ଜମିରେ ଚାଷୀ ସାର ପକାଇବାକୁ ପାଉ ନ ଥିବା ଅଭିଯୋଗ ହେଉଛି। ମାର୍କଫେଡ୍‌ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଣର ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଛି। ହେଲେ ସାରର ଉତ୍କଟ ଅଭାବ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
କୃଷକ ନେତା ବିଜୟ ଦାସ  କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ ପ୍ରାଥମିକ କୃଷି ସମବାୟ ସମିତି ଉପରେ ୩୧ ପଞ୍ଚାୟତର ଚାଷୀମାନେ ନିର୍ଭରଶୀଳ। ସେଥି ମଧ୍ୟରୁ ୫ଟି ସମବାୟ ସମିତି ପଟ୍ଟାମୁଣ୍ଡାଇ ମାର୍କଫେଡ୍‌ରୁ ସାର ନେଇ ଚାଷୀଙ୍କୁ ଯୋଗାଇ ଦେଇଛନ୍ତି। ଅନ୍ୟ ୧୧ ସମବାୟ ସମିତିର ସମ୍ପାଦକଙ୍କ ବେପରୁଆ ମନୋଭାବ ପାଇଁ ଚାଷ ଆରମ୍ଭରୁ ଚାଷୀ ସାର ପାଇ ପାରୁନାହାନ୍ତି। ସମବାୟ ସମିତି ଆବଶ୍ୟକ ସାର ଆବଣ୍ଟନ କରୁ ନ ଥିବାରୁ ଚାଷୀମାନଙ୍କୁ ବଜାରରୁ ଚଢ଼ା ଦରରେ ସାର କିଣିବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଖୋଲା ବଜାରରୁ ଚାଷୀ ୟୁରିଆ, ଗ୍ରୋମୋର ଓ ପଟାସ୍‌ ବସ୍ତା ପିଛା ୧୦୦ରୁ ୩୦୦ ଟଙ୍କା ଯାଏ ଅଧିକ ଦରରେ କିଣି ଚାଷ କାମରେ ଲଗାଉଛନ୍ତି। ଚାଷୀଙ୍କ ପାଇଁ ଆବଶ୍ୟକ ସାର ସମବାୟ ସମିତିକୁ ଯୋଗାଇ ଦିଆଯାଉଛି ବୋଲି ସରକାର ଘୋଷଣା କରିଥିଲେ। ହେଲେ ତାହା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଛି। ଫଳରେ ଚଳିତବର୍ଷ ଖରିଫ ଫସଲ ଅମଳ ବାଧାପ୍ରାପ୍ତ ହେବ। ସମବାୟବିତ୍‌ ବନମାଳୀ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ଉଠୁନାହିଁ। ମୋଟର ଯୋଗେ କେନାଲ ପାଣିକୁ ମଡ଼ାଇ ଧାନ ଫସଲକୁ ବହୁ କଷ୍ଟରେ ବଞ୍ଚାଇ ରଖାଯାଇଛି। ମାତ୍ର ଏହି ସମୟରେ ଚାଷ ପାଇଁ ଆବଶ୍ୟକ ହେଉଥିବା ୟୁରିଆ ସାରର ଉତ୍କଟ ଅଭାବ ଯୋଗୁ ଅଞ୍ଚଳର ଚାଷୀ ହଇରାଣ ହେଉଛନ୍ତି। ଚାଷୀମାନେ ସାର ପାଇବା ପାଇଁ ସମବାୟ ସମିତି ସମ୍ପାଦକଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସମିତିରେ ସାର ନ ଥିବା ସମ୍ପାଦକମାନେ ଚାଷୀଙ୍କୁ କହୁଛନ୍ତି। ଅନ୍ୟପକ୍ଷେ ସମବାୟ ସମିତିକୁ ସରକାରଙ୍କ ଅନୁବନ୍ଧିତ ଇଫ୍‌କୋ ୟୁରିଆ, ଡିଏପି ଓ ପଟାସ୍‌ ଯୋଗାଇବାକୁ ନିର୍ଦ୍ଦେଶ ଥିବା ବେଳେ ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତିକୁ ମାର୍କଫେଡ୍‌ ଇଫ୍‌କୋ, ୟୁରିଆ ବଦଳରେ ନିମ୍ନମାନର ୟୁରିଆ, ଡିଏପି ୨୦-୨୦ ଓ ନିମ୍ନମାନର ପଟାସ୍‌ ଆବଶ୍ୟକତାଠାରୁ କମ୍‌ ପରିମାଣର ଯୋଗାଉଥିବାରୁ ସେହି ସାର ଚାଷୀର କୌଣସି କାମରେ ଲାଗୁ ନାହିଁ। ଖୋଲା ବଜାରରୁ ଚାଷୀ ନାଗାର୍ଜୁନ ୟୁରିଆ, ଗ୍ରୋମୋର ୨୮-୨୮ ଓ ଏମ୍‌ଓପି ପଟାସ୍‌ ବସ୍ତା ପିଛା ୧୦୦ରୁ ୩୦୦ ଟଙ୍କା ଯାଏ ଅଧିକ ଦରରେ କିଣି କାମରେ ଲଗାଉଛନ୍ତି। ଚାଷୀ ସୁରେନ୍ଦ୍ର ପରିଡ଼ା କହିଛନ୍ତି, ପ୍ରତିବର୍ଷ ସରକାର ଏପରି ଭାବେ ଚାଷୀଙ୍କ ପାଇଁ ୟୁରିଆ ସହ ଅନ୍ୟ ସାର ଯୋଗାଇ ଦେଉଛନ୍ତି। ବିଶେଷକରି ସମବାୟ ସମିତିଗୁଡ଼ିକରେ ଆବଶ୍ୟକ ଅନୁଯାୟୀ, ଗୋଦାମ ଗୃହ ନ ଥିବାରୁ ଚାହିଦା ମୁତାବକ ସାର ଉଠାଉ ନ ଥିବା ଜଣାପଡିଛି। ଫଳରେ ଚାଷୀ ବାଧ୍ୟ ହୋଇ କେଜି ପ୍ରତି ପ୍ରାୟ ୧୦ରୁ ୧୫ ଟଙ୍କା ଚଢ଼ା ଦରରେ ସାର ଖୁଚୁରା ବ୍ୟବସାୟୀଙ୍କଠାରୁ କିଣୁଛନ୍ତି। ମାର୍କଫେଡ୍‌ ଗୋଦାମର ପରିଚାଳକ ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରେ ଜିଲାରେ ୧୨୧ଟି ସମବାୟ ସମିତି ମଧ୍ୟରୁ ୯୩ଟି ସମିତିକୁ ୩୧୦୦ ଟନ ସାର ଯୋଗାଇ ଦିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇର ୧୧ଟି ସମବାୟ ସମିତି ସହ ଅନ୍ୟ କେତେଗୋଟି ସମିତି ମାର୍କଫେଡ୍‌ ସହ ଯୋଗାଯୋଗ କରିନାହାନ୍ତି। ପଟ୍ଟାମୁଣ୍ଡାଇରେ ୫ଟି ସମବାୟ ସମିତି ମାର୍କଫେଡ୍‌ ଗୋଦାମରୁ ସାର ଉଠାଇଛନ୍ତି। ଅନ୍ୟ ସମବାୟ ସମିତି ଉପଯୁକ୍ତ କାଗଜପତ୍ର ସହ ପିଓସି ମେଶିନ ସହ ଯୋଗାଯୋଗ କଲେ ତାଙ୍କୁ ପର୍ଯ୍ୟାୟକ୍ରମେ ସାର ଦିଆଯିବ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri