ମିଳୁନି ମୂଲ, ଟମାଟୋ ଚାଷକରି ଚାଷୀ ହତାଶ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):କୃଷିକ୍ଷେତ୍ରରେ ବରଗଡ଼ ଜିଲାର ଏକ ଭିନ୍ନ ପରିଚୟ ରହିଛି। ଚାଷୀବହୁଳ ଏହି ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସେହିପରି ଏଠାରେ ପନିପରିବା ଚାଷ ମଧ୍ୟ ପଛରେ ପଡ଼ିନାହିଁ। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ପରିବା ଚାଷକୁ ମଧ୍ୟ ନିଜର ଏକ ଜୀବିକାଭାବେ ଆଦରି ନେଇଛନ୍ତି। ତେବେ ଜଳସେଚିତ ଅଞ୍ଚଳ ତୁଳନାରେ ଅଣଜଳସେଚିତ ଅଞ୍ଚଳରେ ପରିବା ଚାଷ ଅଧିକ ହୋଇଥାଏ। ଅନ୍ୟପଟେ ଅଣଧାନ ଚାଷ କରିବାକୁ ମଧ୍ୟ ବିଭିନ୍ନ ସମୟରେ କୃଷି ବିଭାଗ ଜିଲାର ଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛି। କିନ୍ତୁ ଧାନ ଭଳି ଅଣଧାନ ଚାଷକଲେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ଜିଲାରେ ଟମାଟୋ ଚାଷକୁ ନେଇ ଅନୁରୂପ ସ୍ଥିତି ଉପୁଜିଛି। ବିଲରେ ବେପାରୀମାନେ ଚାଷୀଙ୍କଠାରୁ କିଲୋ ପ୍ରତି ୨ଟଙ୍କାରେ ଟମାଟୋ କିଣୁଥିବାବେଳେ ବଜାରରେ ତାକୁ ୧୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଜିଲାରେ ସରକାରୀ ଶୀତଳ ଭଣ୍ଡାର ନ ଥିବା ଯୋଗୁ ଚାଷୀ ଟମାଟୋକୁ ସଂରକ୍ଷିତ ରଖିପାରୁ ନାହାନ୍ତି ଏବଂ ତାକୁ ଶସ୍ତାରେ ବିକି ଚାଷୀଙ୍କୁ ଏଭଳି କ୍ଷତିଗ୍ରସ୍ତ ହେବାକୁ ପଡୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କୃଷିବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ଏଥର ୮୦୦ ହେକ୍ଟରରୁ ଅଧିକ ଜମିରେ ଟମାଟୋ ଚାଷ ହୋଇଛି। ସାଧାରଣତଃ ଢିପ ଜମି(ଯେଉଁଠାକୁ କମ୍‌ ପାଣି ମାଡ଼ିଥାଏ), ସେଭଳି ଜମିରେ ଏହି ଚାଷ ହୋଇଥାଏ। ବରଗଡ଼ ବ୍ଲକର ନିଲେଶ୍ୱର, ବାଲିଯୁରୀ, ବାଗଡ଼ିଆ, ବିରମାଲ, ବାଞ୍ଚିପାଲି, ଧଉଁରାଖନ୍ଦା ସମେତ ଅମ୍ବାଭୋନା, ଭଟଲି ଏବଂ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଟମାଟୋ ଚାଷ କରିଛନ୍ତି। ଏଥର ଟମାଟୋ ଭଲ ଅମଳ ହୋଇଥିଲା। କିନ୍ତୁ ଅମଳ ସମୟରେ ଅଭାବୀ ବିକ୍ରି ଯୋଗୁ ସେମାନଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିଛି ବୋଲି ଚାଷୀମାନେ କହିଛନ୍ତି।
ବାଲିଯୁରୀ ଗ୍ରାମର ଜଣେ ଚାଷୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ କହିଛନ୍ତି, ସେ ଏଥର ଅଧ ଏକର ଜମିରେ ଟମାଟୋ ଚାଷ କରିଥିଲେ। ଟମାଟୋ ମଧ୍ୟ ଭଲ ହୋଇଥିଲା। ଏହି ଚାଷରେ ସେ ୧୫ରୁ ୨୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଲାଭ ତ ଦୂରର କଥା, ଖର୍ଚ୍ଚ ଟଙ୍କା ମଧ୍ୟ ମିଳିଲାନି ବୋଲି ସେ କହିଛନ୍ତି। ସେହିପରି ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ କହିଛନ୍ତି, କେବଳ ଟମାଟୋ ନୁହେଁ, ବାଇଗଣରେ ମଧ୍ୟ ଅନୁରୂପ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି। ପରିବା ପାଇଁ ସରକାରୀଭାବେ ସର୍ବନିମ୍ନ ସହାୟକ ମୂଲ୍ୟ ନ ଥିବାବେଳେ ଜିଲାରେ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ସରକାରୀ ଶୀତଳ ଭଣ୍ଡାର ନାହିଁ। ଫଳରେ ଜିଲାର ଚାଷୀମାନେ ପରିବା ଚାଷ କଲେ ମଧ୍ୟ ବାରମ୍ବାର କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଥିଲେ।
ଜିଲାରେ ପରିବା ସଂରକ୍ଷିତ ରଖିବାକୁ ସରକାରୀ ଶୀତଳ ଭଣ୍ଡାର ଥିଲେ ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି। ଜିଲାରେ ସରକାରୀ ସ୍ତରରେ ଯେଉଁ ଶୀତଳ ଭଣ୍ଡାର ରହିଛି, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅନ୍ୟପଟେ ବରଗଡ଼ ବ୍ଲକ କୁରୁଆଁ ଗ୍ରାମରେ ୨୫୦୦ ମେଟ୍ରିକ ଟନ୍‌ କ୍ଷମତାସମ୍ପନ୍ନ ଏକ ଘରୋଇ ଶୀତଳ ଭଣ୍ଡାର ରହିଛି। ଏହା ସହିତ ଗୋବିନ୍ଦପୁରରେ ଆଉ ଏକ ଘରୋଇ ଶୀତଳ ଭଣ୍ଡାର ନିର୍ମାଣାଧୀନ ରହିଛି। ସେହିପରି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ଟି ସୋଲାର ଶୀତଳ ଭଣ୍ଡାର ରହିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ।
ଏସମ୍ପର୍କରେ ବରଗଡ଼ର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ବରଗଡ଼ ବ୍ଲକର ଏକାମ୍ର ଛକ ଏବଂ ସୋହେଲା ବ୍ଲକର ଛୁରିଆପାଲିରେ ୧ଏକର ପରିମିତ ଜମିରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାର ପ୍ରସ୍ତାବ ରହିଛି ଏବଂ ଏ ନେଇ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହି ୨ଶୀତଳ ଭଣ୍ଡାର ନିର୍ମାଣ ହେବା ପରେ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ଯୋଜନା ରହିଛି। ଏହା ସହିତ ଭେଡ଼େନ ଓ ଗାଇସିଲେଟ୍‌ ବ୍ଲକରେ ଓରେଡ଼ା ୧୦ମେଟ୍ରିକ ଟନ୍‌ କ୍ଷମତାସମ୍ପନ୍ନ ଶୀତଳ ଭଣ୍ଡାର ନିର୍ମାଣ କରିବ ବୋଲି ସେ କହିଥିଲେ। ଏ ଯାଏ ଟମାଟୋ ଅଭାବୀ ବିକ୍ରି ନେଇ ତାଙ୍କ ପାଖକୁ କିଛି ଅଭିଯୋଗ ପହଞ୍ଚି ନ ଥିବା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ: ବିମାନ ବନ୍ଦରରେ ପ୍ରବଳ ଭିଡ଼

ଶ୍ରୀନଗର,୨୩।୪: ପହଲଗାମ୍‌ ଆକ୍ରମଣ ପରେ ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ। ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ...

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩...

ସକାଳୁଆ ଅଫିସ ନିର୍ଦ୍ଦେଶକୁ ଅବମାନନା: ୧୦ଟାରେ ଖୋଲୁଛି ଆରଡବ୍ଲୁଏସଏସ, ଆରଡି ଅଫିସ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି...

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ଆତଙ୍କବାଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ପ୍ରତିଶୋଧ ନେବ ଭାରତ: ଭୟରେ ଥରହର ପାକିସ୍ତାନ ବାୟୁସେନାକୁ କଲା ସତର୍କ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି। ପାକିସ୍ତାନୀ ବାୟୁସେନାର ଗୋଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର...

ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା

ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image