Categories: ଜାତୀୟ

ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା

ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା ନ ଥିବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। ହେଲେ ଆମେରିକାରେ ପ୍ରସ୍ତୁତ ଫାଇଜର ଟିକାକୁ ଭାରତରେ ଶିଶୁମାନଙ୍କୁ ଦିଆଯିବ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶୁକ୍ରବାର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସରକାର ଖୁବଶୀଘ୍ର ଭାରତରେ ମଡର୍ନା ଏବଂ ଫାଇଜର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବେ।

ଆମେରିକାର ଫାର୍ମା କମ୍ପାନୀ ଫାଇଜରର ଦାବି ମୁତାବକ, ଭାରତରେ ଦେଖାଦେଇଥିବା କରୋନା ଭୂତାଣୁର ଭାରିଏଣ୍ଟ ବିରୋଧରେ ଫାଇଜର ଟିକା ବେଶ ପ୍ରଭାବଶାଳୀ ହେବ । ଜୁଲାଇ ଶେଷ ସୁଦ୍ଧା ଭାରତକୁ ୫ କୋଟି ଡୋଜ ଟିକା ଯୋଗାଇ ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି।

Share