Categories: ଜାତୀୟ

ଯବାନ ଅବା ଚାଷୀ ନୁହନ୍ତି, ମୋଦିଙ୍କ ପାଇଁ ଶ୍ରେଷ୍ଠ କେବଳ ଉଦ୍ୟୋଗପତି: ରାହୁଲ

ନୂଆଦିଲ୍ଲୀ,୮।୨: କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଲଗାତାର ଘରିବାର ଉଦ୍ୟମ କରୁଛି। ଏହି ମର୍ମରେ କେନ୍ଦ୍ର ବଜେଟକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ୍‌ୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ସୋମବାର ଟୁଇଟ୍‌ କରି କହିଛନ୍ତି ଯେ, ବଜେଟ ଦେଶର କେତେ ଜଣ ନିଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ମୋଦିଙ୍କ ପାଇଁ ଯବାନ ଅବା ଚାଷୀ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି। ଦେଶର ୩-୪ଜଣ ଉଦ୍ୟୋଗପତିି ମିତ୍ର ହିଁ କେବଳ ଶ୍ରେଷ୍ଠ। ସରକାର ଉଦ୍ୟୋଗପତି ମିତ୍ରଙ୍କ ସ୍ବାର୍ଥ ପୂରଣ ଲାଗି ଏଭଳି ବଜେଟ ପ୍ରସ୍ତୁତ କରି ଥିବା ରାହୁଲ ଅଭିଯୋଗ କରିଛନ୍ତି।

Share