କେବଳ କଙ୍ଗନା ନୁହନ୍ତି, ପୂର୍ବରୁ ଏସବୁ ତାରକାଙ୍କୁ ଟାର୍ଗେଟ୍‌ କରିଛି ବିଏମ୍‌ସି; ନେଇଛି ଏପରି କାର୍ଯ୍ୟାନୁଷ୍ଠାନ

ବିଏମ୍‌ସି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ କାର୍ଯ୍ୟାଳୟକୁ ଭାଙ୍ଗିଛି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ଏହି କାର୍ଯ୍ୟାନୁଷ୍ଠାନ ଭାଙ୍ଗିଥିବା କୁହାଯାଉଥିଲେ ହେଁ ଏହାକୁ ନେଇ ମହାରାଷ୍ଟ୍ର ସରକାର ଏବଂ କଙ୍ଗନାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ତେବେ ବଲିଉଡ ତାରକାଙ୍କୁ ବିଏମ୍‌ସି ଟାର୍ଗେଟ କରିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅନେକ ତାରକା ବିଏମ୍‌ସିର ଟାର୍ଗେଟ୍‌ ହୋଇଛନ୍ତି । ଜାଣନ୍ତୁ ସେ ସମ୍ପର୍କରେ …

କପିଲ ଶର୍ମା
୨୦୧୬ ରେ କପିଲ ଶର୍ମା ଦୁର୍ନୀତି ଅଭିଯୋଗ କରି ଟୁଇଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରିଥିଲେ। ସେ ଲେଖିଥିଲେ, ‘ମୁଁ ଗତ ପାଞ୍ଚ ବର୍ଷ ଧରି ୧୫ କୋଟି ଟଙ୍କା ଟିକସ ଦେଉଛି। କିନ୍ତୁ ଅଫିସ କରିବା ପାଇଁ ମୋତେ ବିଏମ୍‌ସିକୁ ପାଞ୍ଚ ଲକ୍ଷ ଲାଞ୍ଚ ଦେବାକୁ ପଡିବ। ଏହା କ’ଣ ଭଲ ଦିନ ? ’ କପିଲଙ୍କ ଏହି ଟୁଇଟ୍‌ରେ ବିଏମ୍‌ସି ଜବାବ ରଖି ଖହିଥିଲା ଯେ, ବେଆଇନ ନିର୍ମାଣ ପାଇଁ କପିଲଙ୍କୁ ଏକ ନୋଟିସ ପଠାଯାଥିଲା, ମାତ୍ର ସେ କୌଣସି ଉତ୍ତର ଦେଇ ନ ଥିଲେ। ବିଜ୍ଞପ୍ତି ପରେ ମଧ୍ୟ କପିଲ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ଅଗଷ୍ଟ ୪, ୨୦୧୬ ରେ ବିଏମ୍‌ସି କପିଲଙ୍କ ବଙ୍ଗଳା ନିକଟରେ ବେଆଇନ ନିର୍ମଣ ନେଇ ବୁଲ୍‌ଡୋଜର ଚଢ଼ାଇ ଦେଇଥିଲା।

ଶାହାରୁଖ ଖାନ୍:

୨୦୧୫ରେ ଶାହାରୁଖ ଖାନ୍‌ଙ୍କ ପଡ଼ୋଶୀମାନେ ତାଙ୍କ ବିଷୟରେ ଅଭିଯୋଗ ଅଭିଯୋଗ କରିଥିଲେ। ଶାହାରୁଖଙ୍କ ବଙ୍ଗଳା ମନ୍ନତ ନିକଟରେ ଥିବା ଏକ ସ୍ଥାନରେ ସେ ତାଙ୍କ ଗାଡ଼ି ପାର୍କିଂ କରୁଥିଲେ। ପଡୋଶୀ ଅଭିଯୋଗ କରିଥିଲେ ଯେ, ଖାନଙ୍କ ଗାଡ଼ି ସେଠାରେ ରାସ୍ତା ଅବରୋଧ କରୁଛି। ୧୪ ଫେବୃଆରୀ ୨୦୧୫ ରେ, ବିଏମ୍‌ସି ଉକ୍ତ ସ୍ଥାନରେ ଥିବା ବେଆଇନ ନିର୍ମାଣକୁ ଭାଙ୍ଗି ତାଙ୍କ ନିକଟରୁ ପ୍ରାୟ ଦୁଇ ଲକ୍ଷ ଜରିମାନା ଆଦାୟ କରିଥିଲା।

ପ୍ରିୟଙ୍କା ଚୋପ୍ରା:

ବିଏମସି ମୁମ୍ବାଇର ଓଶିୱାରାସ୍ଥିତ ପ୍ରିୟଙ୍କା ଚୋପ୍ରାଙ୍କ କାର୍ଯ୍ୟାଳୟରେ ମଧ୍ୟ ବୁଲ୍‌ଡୋଜର ଚଲାଇଥିଲା। ବିଏମ୍‌ସି ଅଭିଯୋଗ କ୍ରମେ, ପ୍ରିୟଙ୍କା ବେଆଇନ ନିର୍ମାଣ କରିଥିଲେ। ଏ ନେଇ ତାଙ୍କୁ ନୋଟିସ୍‌ ମଧ୍ୟ ହୋଇଥିଲା। ସେତେବେଳେ ସେ ନ୍ୟୁୟର୍କରେ ଥିଲେ। ବିଏମ୍‌ସି ପ୍ରତିକ୍ରିୟା ନ ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଅନିଲ କପୁର:

ବିଏମ୍‌ସି ସାନ୍ତାକ୍ରୁଜ ପଶ୍ଚିମ ସ୍ଥିତ ଅନିଲ କପୁରଙ୍କ କାର୍ଯ୍ୟାଳୟରେ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବିଏମ୍‌ସି କହିଛି ଯେ, ଅନିଲ କପୁରଙ୍କ କାର୍ଯ୍ୟାଳୟର ଭିତରେ ବେଆଇନ ନିର୍ମାଣ ହୋଇଥିଲା, ଯେଉଁଥିପାଇଁ ସେ ଅଫିସ ଚାରିପାଖରେ ଥିବା ଅନ୍ୟ ତିନୋଟି କାର୍ଯ୍ୟାଳୟ ଭଙ୍ଗାଯାଇଥିଲା।

 

ଅର୍ଶଦ ୱାର୍ସି:

ଅର୍ଶଦ ୱାର୍ସି ମଧ୍ୟ ବିଏମ୍‌ସିରେ ଟାର୍ଗେଟ୍‌ରେ ପଡ଼ିଛନ୍ତି। ଅର୍ଶଦ ମୁମ୍ବାଇରେ ଏକ ବଙ୍ଗଳା କିଣିଥିଲେ। ସେ ବଙ୍ଗଳାର ଦ୍ୱିତୀୟ ମହଲାରେ ୧୩୦୦ ବର୍ଗଫୁଟ ନିର୍ମାଣ କରିଥିଲେ ଯାହାକି ବିଏମ୍‌ସି ଦ୍ୱାରା ବେଆଇନ ଘୋଷିତ ହୋଇ ଭାଙ୍ଗି ଦିଆଯାଇଥିଲା। ପରେ ଅର୍ଶଦ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିଲେ ରିୟା ସିଂଘା

ଜୟପୁର, ୨୪।୯: ଗୁଜରାଟୀ ମଡେଲ ରିୟା ସିଂଘା(୧୯) ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୪’ ଟାଇଟଲ ହାସଲ କରିଛନ୍ତି। ରବିବାର ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ...

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା କରିଲେ ଏମିତି କାମ, ହେଉଛି ଭାଇରାଲ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରାୟ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଅନେକ ମାସ ଧରି ବିବାଦ ଲାଗି...

ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ...

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri