ଫ୍ରିଜ୍‌ରେ ମଦ ନ ରଖିବାରୁ ଦୋକାନୀଙ୍କୁ ମାଡ଼

ଭୁବନେଶ୍ୱର,୬।୬ (ବ୍ୟୁରୋ): ଫ୍ରିଜ୍‌ରେ ମଦ ପେଟି ରଖିବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରି ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ସିସିଟିଭିରେ ଏହି ଦାଦାଗିରିର ଦୃଶ୍ୟ ରହିଛି। ଦୋକାନ ମାଲିକ ଚିନ୍ମୟ ବିଶ୍ୱାଳ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଚିନ୍ମୟଙ୍କର ଏକ ଭେରାଇଟ ଷ୍ଟୋର ରହିଛି। ଗତ ୨ ତାରିଖ ସା ୭ଟା ୩୦ରେ କେତେଜଣ ଯୁବକ ତାଙ୍କ ଦୋକାନକୁ ଆସି ଫ୍ରିଜରେ ମଦ ପେଟି ରଖିବାକୁ କହିଥିଲେ। ସେ ମନା କରିବାରୁ ସମ୍ପୃକ୍ତ ଯୁବକମାନେ ଧମକ ଦେଇ ସେଠାରେ ପଳାଇଥିଲେ। ପୁଣି ସେମାନେ ରାତି ୧୦ଟାରେ ଆସି ଚିନ୍ମୟଙ୍କୁ ଗାଳିଗୁଲଜ କରିବା ସହ ଦୋକାନରୁ ଟାଣିନେଇ ରାସ୍ତାରେ ପକାଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଚିନ୍ମୟଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ…

ଭୁବନେଶ୍ୱର,୨୬।୧୧: ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା...

ଆଜୀବନ ସଜା ଭୋଗୁଥିବା ୧୪ କଏଦୀଙ୍କ ପାଇଁ ଆସିଲା ଖୁସିଖବର: ନିର୍ଦ୍ଦେଶାଳୟଙ୍କ ଚିଠିରେ ….

ଭୁବନେଶ୍ୱର,୨୬।୧୧: ଆଜୀବନ ସଜା ଭୋଗୁଥିବା ୧୪ କଏଦୀଙ୍କ ପାଇଁ ଆସିଲା ଖୁସିଖବର। ସଜା ଭୋଗୁଥିବା ୧୪ କଏଦୀଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଜାରି...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ସୁଭଦ୍ରା ଆବେଦନ, ଆସିଲା ଶେଷ …

ଭୁବନେଶ୍ୱର,୨୬।୧୧: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି...

ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ: ପୁଣି ୪ଟା  ପର୍ଯ୍ୟନ୍ତ ଗୃହମୁଲତବୀ 

ଭୁବନେଶ୍ୱର,୨୬।୧୧: ଶୀତକାଳୀନ ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ମଧ୍ୟ  ହଙ୍ଗାମା ଦେଖିବାକୁ ମିଳିଛି। ସମ୍ବିଧାନ ପ୍ରସଙ୍ଗ ନେଇ ବିଜେଡି-ଭାଜପା ବିଧାୟକ ମୁହାଁମୁହିଁ...

ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ...

ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି...

ନାବାଳକ ଆତ୍ମହତ୍ୟାକୁ ନେଇ ଖୋଲୁଛି ଗୁମର

ରାଜକନିକା,୨୬ା୧୧(ସଞ୍ଜୟ କୁମାର ଦାଶ): ନାବାଳକ ମୃତ୍ୟୁର ୧୩ ଦିନ ପରେ ଗଳିତ ମୃତଦେହକୁ କଢ଼ାଯାଇ ବ୍ୟବଚ୍ଛେଦ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ତଥା...

ସମ୍ବିଧାନ ଦିବସରେ ବାହାରିଲା ପଦଯାତ୍ରା: ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ଏହି ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri