ଅପହରଣ ନୁହେଁ: ୨ ଭାଇଙ୍କୁ କର୍ଣ୍ଣାଟକ ପୋଲିସ ନେଇଛି

ଛତ୍ରପୁର,୨୨।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଥାନା ଅଧୀନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ଅଭିଯୋଗ ହେଉଥିଲା । ତେବେ ଏହା ଅପହରଣ ନୁହେଁ କର୍ଣ୍ଣାଟକ ରାଜ୍ୟ ପୋଲିସ ଉକ୍ତ ଦୁଇ ଭାଇଙ୍କୁ କୌଣସି ଏକ କେଶରେ ଉଠାଇ ନେଇଛି। ଗଞ୍ଜାମ ପୋଲିସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ଉକ୍ତ ଦୁଇ ଭାଇଙ୍କୁ ଗଞ୍ଜାମ ପୋଲିସର ଏକ ଟିମ୍‌ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣାରେ ଠାବ କରିଛି । ତେବେ କର୍ଣ୍ଣାଟକ ପୋଲିସ ତାଙ୍କୁ କଷ୍ଟଡିରେ ରଖିଥିବା ଗଞ୍ଜାମ ପୋଲିସ ଟିମ ଜାଣିବାକୁ ପାଇଥିଲା ଅପହରଣ ଅଭିଯୋଗ କରିା ସହ ଏହାକୁ ବିରୋଧ କରି ଲୋକେ ଶୁକ୍ରବାର ରାତିରେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।