Categories: ଖେଳ

କୋହଲି କି ରୋହିତ ନୁହେଁ, ଏହି ଭାରତୀୟ ଭାଙ୍ଗିପାରନ୍ତି ମୋ ରେକର୍ଡ: ବ୍ରାଏନ ଲାରା

ନୂଆଦିଲ୍ଲୀ,୬।୧୨:କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ଏଥିମଧ୍ୟରେ ସଚିନ ତେନ୍ଦୁଲକରଙ୍କ ୧୦୦ଟି ଅନ୍ତର୍ଜାତୀୟ ଶତକର  ରେକର୍ଡ, ମୁଥିୟା ମୁରଲୀଧରନଙ୍କ ୮୦୦ ଟେଷ୍ଟ ଉଇକେଟ, ବ୍ରାଏନ ଲାରାଙ୍କ ଟେଷ୍ଟରେ ସର୍ବାଧିକ ୪୦୦ ସ୍କୋର ଏବଂ ରୋହିତ ଶର୍ମାଙ୍କ ସର୍ବାଧିକ ଦିନିକିଆ ସ୍କୋର ୨୬୪ ରନ ରହିଛି। ତେବେ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ରାଏନ ଲାରା ବିଶ୍ୱାସ କରନ୍ତି ଯେ, ତାଙ୍କ ରେକର୍ଡ ଭାଙ୍ଗିପାରେ।
ଟେଷ୍ଟ ଇନିଂସରେ ୪୦୦ରୁ ଅଧିକ ସ୍କୋର କରିବା କଷ୍ଟସାଧ୍ୟ ହେବାପରେ ତାଙ୍କ ବିବୃତ୍ତି ଆସିଛି। ଲାରା କହିଛନ୍ତି, ଟେଷ୍ଟରେ ତାଙ୍କର ବିଶ୍ୱ ରେକର୍ଡ ଭାଙ୍ଗିପାରିବ। ସେହି ରେକର୍ଡ ବିରାଟ କୋହଲି ନା ରୋହିତ ଶର୍ମା ନୁହେଁ, ଭାରତର ଦକ୍ଷ ଖେଳାଳି ଶୁବମନ ଗିଲ ଗୋଟିଏ ଟେଷ୍ଟ ଇନିଂସରେ ୪୦୦ରୁ ଅଧିକ ରନ କରିପାରିବେ।
ଲାରା ବିଶ୍ୱର ଏକମାତ୍ର କ୍ରିକେଟର, ଯିଏକି ଟେଷ୍ଟ ଇନିଂସରେ ୪୦୦ ରନ ସ୍କୋର କରିଛନ୍ତି। ୨୦୦୪ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଏହା କରିଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ପାଇଁ ରେକର୍ଡ ମଧ୍ୟ ରଖିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୯୯୪ ରେ ୱାର୍କଶେୟର୍‌ ପାଇଁ ଖେଳୁଥିବାବେଳେ ଡୁରୁମ ବିପକ୍ଷ କାଉଣ୍ଟି ଚାମ୍ପିଅନଶିପ ମ୍ୟାଚରେ ୫୦୧ ରନ ଅପରାଜିତ ଇନିଂସ ଖେଳିଥିଲେ।

Share