Categories: ଖେଳ

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର କରି ଆଉଟ୍‌ ହୋଇଥିଲେ। ଚଳିତ ବର୍ଷ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବାଧିକ ସ୍କୋର କରିଛନ୍ତି ଜଶସ୍ବୀ ଜୟସ୍ବାଲ। ଚଳିତ ବର୍ଷ ଏପର୍ଯ୍ୟନ୍ତ ଜଶସ୍ବୀ ଭାରତ ପାଇଁ ୨୧ଟି ଇନିଂସରେ ୧୦୯୯ ରନ ସଂଗ୍ରହ କରିଛନ୍ତି।

ଏଥି ସହିତ ଜଶସ୍ବୀଙ୍କ ପରେ ଭାରତୀୟ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା ୨୭ ଇନିଂସରେ ୧୦୦୧ ରନ ସଂଗ୍ରହ କରିଛନ୍ତି। ଜଶସ୍ବୀ ଏବଂ ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲ ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଶୁଭମନ ଗିଲ ଭାରତ ପାଇଁ ୨୪ଟି ଇନିଂସରେ ୯୪୦ ରନ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜଶସ୍ବୀ ବହୁତ ରନ ସଂଗ୍ରହ କରିଥିଲେ। ଏହି ସିରିଜରେ ଜଶସ୍ବୀ ଏକ ରେକର୍ଡ ୭୧୨ ରନ କରିଥିଲେ। ଏଥିରେ ଦ୍ୱିଶତକ ଅତିକ୍ରମ କରିଥିଲେ।

୧୦ଟି ଟେଷ୍ଟ ମ୍ୟାଚ ବ୍ୟତୀତ ୨୩ ଟି-୨୦ ମ୍ୟାଚରେ ଜଶସ୍ବୀ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଟେଷ୍ଟ ଫର୍ମାଟରେ ସେ ହାରାହାରି ୬୪.୩୫ରେ ୧୦୯୪ ରନ ସଂଗ୍ରହ କରିଛନ୍ତି। ଟି-୨୦ ଫର୍ମାଟରେ ୧୬୪.୩୨ ଷ୍ଟ୍ରାଇକ ରେଟ୍‌ ଏବଂ ହାରାହାରି ୩୬.୧୫ରେ ୭୨୩ ରନ ସ୍କୋର କରିଛନ୍ତି। ତେବେ ଚଳିତ ବର୍ଷ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଜଶସ୍ବୀ ଶୀର୍ଷରେ ଅଛନ୍ତି, କିନ୍ତୁ ରୋହିତ ଶର୍ମା ମାତ୍ର ୯୮ ରନ ପଛରେ ଅଛନ୍ତି। ତେଣୁ ରୋହିତ ଶର୍ମା କାନପୁର ଟେଷ୍ଟରେ ଜଶସ୍ବୀଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ। ଏଥି ସହିତ ଶୁଭମନ ଗିଲ ରୋହିତ ଶର୍ମାଙ୍କୁ କାନପୁର ଟେଷ୍ଟରେ ମଧ୍ୟ ପଛରେ ପକାଇ ପାରିବେ। ରୋହିତ ଶର୍ମାଙ୍କଠାରୁ ଗିଲ ମାତ୍ର ୬୧ ରନ ପଛରେ ଅଛନ୍ତି।

Share