Categories: ଜାତୀୟ

ଦେଶ ସ୍ବାଧୀନ ହେବାରେ ମୋଦି-ଶାହା ନୁହେଁ, କଂଗ୍ରେସ ଦେଇଛି ବଳିଦାନ: ଖାର୍ଗେ

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘କଶ୍ମୀର ୭୦ ବର୍ଷରେ ବିକାଶ ହୋଇନାହିଁ’ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ମୋଦି ଏବଂ ଶାହା ଦେଶକୁ ସ୍ବାଧୀନତା ଦେଇଛନ୍ତି କି? ଯେତେବେଳେ ଏହି ଦୁଇଜଣ ଜନ୍ମ ହୋଇନଥିଲେ, ଦେଶ ସ୍ବାଧୀନ ହେଲା। ସ୍ବାଧୀନତା କଂଗ୍ରେସର ବଳିଦାନ। ଅମିତ ଶାହା ଯେଉଁଆଡେ ଯାଆନ୍ତି, ସେ ଦେଶ ଭାଙ୍ଗିବା ବିଷୟରେ କଥାବାର୍ତ୍ତା କରନ୍ତି। ଜବାହରଲାଲ ନେହେରୁ, ଇନ୍ଦିରା, ରାଜୀବ ଗାନ୍ଧୀ ଦେଶ ପାଇଁ ବଳିଦାନ ଦେଇଛନ୍ତି, ତୁମର ବଳିଦାନ କ’ଣ? ଯଦି ଏତେ ବର୍ଷ ଧରି କିଛି ହୋଇ ନ ଥିଲା, ତେବେ ଏମ୍ସ, ଏତେ ଡାକ୍ତର, ଇଞ୍ଜିନିୟର କାହିଁକି ହେବ।
ସୂଚନାଯୋଗ୍ୟ, ଅମିତ ଶାହା କଶ୍ମୀର ଗସ୍ତରେ କହିଥିଲେ, ୭୦ ବର୍ଷ ଧରି କଶ୍ମୀରର ବିକାଶ ହୋଇନାହିଁ। ଏହାର ଜବାବରେ ଖାଗେର୍ର୍ ଏହି ବିବୃତ୍ତି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ଖାର୍ଗେ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଦିନିଆ ଗସ୍ତ ସମୟରେ ସେ ଶ୍ରୀନଗର ଏବଂ ଜମ୍ମୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

 

Share