Categories: ଖେଳ

ଏବେ ନୁହେଁ, ବିଶ୍ୱକପ୍‌ ଜିତିବା ପରେ ବାଣ ଫୁଟାଇବ: କାହିଁକି ଏମିତି କହିଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୮।୯: ଏସିଆ କପ ୨୦୨୩ ଟାଇଟଲ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଗୋଟିଏ ମନ୍ତବ୍ୟ ଦେଇ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଦିନିକିଆ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପାଇଁ ଅଧିକ ସମୟ ବାକି ନାହିଁ। ଏଭଳି ପରିସ୍ଥିତିରେ ଏସିଆ କପ୍‌ରେ ବିଜୟ ନିଶ୍ଚିତ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢାଇଥିବେ।
ଫାଇନାଲ ମ୍ୟାଚରେ ବିଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଥିବାବେଳେ ଷ୍ଟାଡିୟମରେ ବାଣ ଫୁଟୁଥିବାରୁ ତାଙ୍କୁ କିଛି ସମୟ ଚୁପ ରହିବାକୁ ପଡିଥିଲା। ଏହା ପରେ ରୋହିତ ହଠାତ୍‌ କହିଥିଲେ ଯେ, ବିଶ୍ୱକପ ଜିତିବା ପରେ ଏହାକୁ ଫୁଟାଇବ। ଏହା ଶୁଣି ସେଠାରେ ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ।
ସୂଚନାଯୋଗ୍ୟ, ଏସିଆ କପ ଫାଇନାଲରେ ଭାରତୀୟ ଦଳ ଏକ ଐତିହାସିକ ବିଜୟ ହାସଲ କରିଛି। ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଛି।

 

Share