ଘୁଞ୍ଚିଲା କିଆରା-ସିଦ୍ଧାର୍ଥଙ୍କ ବିବାହ ତାରିଖ

ମୁମ୍ବାଇ,୨।୨: ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ବିବାହକୁ ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହର କିଛି ନା କିଛି ଅପଡେଟ୍‌ ସାମ୍ନାକୁ ଆସେ। ବିବାହ କାର୍ଯ୍ୟର ତାରିଖଠାରୁ ଆରମ୍ଭ କରି ବିବାହ ସ୍ଥାନ ପର୍ଯ୍ୟନ୍ତ ସୂଚନା ସାମ୍ନାକୁ ଆସିଛ। ତେବେ ବର୍ତ୍ତମାନ ଦମ୍ପତିଙ୍କ ବିବାହ ଉତ୍ସବରେ କିଛି ପରିବର୍ତ୍ତନ ହେବାର ଖବର ସାମ୍ନାକୁ ଆସୁଛି। କୁହାଯାଉଥିଲା ଯେ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ କାର୍ଯ୍ୟ ଫେବୃୟାରୀ ୪ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଚାଲିବ, କିନ୍ତୁ ବର୍ତ୍ତମାନ ଏହା ବିଷୟରେ ନୂଆ ତଥ୍ୟ ଆସିଛି।
ଏକ ରିପୋର୍ଟରେ ଅନୁଯାୟୀ, ସିଦ୍ଧାର୍ଥ ଏବଂ କିଆରା ଆଡଭାନୀଙ୍କ ବିବାହ କାର୍ଯ୍ୟ ଫେବୃଆରୀ ୫ରୁ ଫେବୃୟାରୀ ୭ ପର୍ଯ୍ୟନ୍ତ ଚାଲିବ। ଫେବୃୟାରୀ ୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ହେଲେ ସିଦ୍ଧାର୍ଥ -କିଆରା ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ନିଶ୍ଚିତ କରିନାହାଁନ୍ତି। ଏହା ସହିତ ସେମାନଙ୍କ ବିବାହ ସଂପର୍କରେ କୌଣସି ସରକାରୀ ବିବୃତ୍ତି ଦିଆଯାଇନାହିଁ। ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଏବଂ କିଆରା ରାଜସ୍ଥାନର ଜୈସାଲମେରର ସୁର୍ଯ୍ୟଗଡ ହୋଟେଲରେ ବିବାହ କରିବେ। ବିବାହ ପରେ ଏହି ଦମ୍ପତି ଦୁଇଟି ରିସେପ୍ସନ ପାର୍ଟି ଦେବେ। ପ୍ରଥମଟି ଦିଲ୍ଲୀରେ ଏବଂ ଦ୍ୱିତୀୟଟି ମୁମ୍ବାଇରେ ହେବ, ଯେଉଁଥିରେ ଉଭୟ ତାରକାଙ୍କର ବନ୍ଧୁ ଏବଂ ଘନିଷ୍ଠ ବ୍ୟକ୍ତିମାନେ ସାମିଲ ହେବେ।

Share