Categories: ଫୁରସତ

ଥାଳିରେ ନୁହେଁ ,ପରଷା ଯାଏ ମଣିଷ ଶରୀର ଉପରେ

ପତ୍ରଠୁ ଆରମ୍ଭ କରି ମାଟିପାତ୍ର, ପିତ୍ତଳ, କଂସା, ଷ୍ଟିଲ୍‌ ଭଳି ବିଭିନ୍ନ ପ୍ରକାରର ପାତ୍ରକୁ ଆମେ ବ୍ୟବହାର କରିଥାଉ ଖାଦ୍ୟ ପରଷି ଖାଇବା ପାଇଁ। ଆଉ ରେଷ୍ଟୁରାଣ୍ଟଗୁଡିକରେ ତ ପରଷିବା ଥାଳି ଓ ପରଷିବା ଶୈଳି ଥାଏ ବେଶ୍‌ ନିଆରା। କାରଣ ଯାହାର ପରଷିବା ଶୈଳୀ ଯେତେ ଆକର୍ଷକ ସେଠି ଗ୍ରାହକଙ୍କ ଭିଡ଼ ସେତେ ଅଧିକ ରହେ। ଯେମିତିକି ଜାପାନରେ ଥିବା ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷିବା ଲାଗି ଦାମୀ ଆକର୍ଷକ ପାତ୍ର ବ୍ୟବହାର ହୁଏ ନାହିଁ। ବରଂ ଏଠି ଖାଦ୍ୟ ପରଷା ଯାଏ ମହିଳାଙ୍କ ନଗ୍ନ ଶରୀର ଉପରେ। ବିଭିନ୍ନ ପ୍ରକାରର ଖାଦ୍ୟ ସହ ଫୁଲକୁ ବେଶ୍‌ ସୁନ୍ଦରଭାବେ ସାରା ଶରୀରରେ ସଜାଇ ପରଷା ଯାଇଥାଏ। ଗ୍ରାହକଙ୍କୁ ଯେଉଁ ଖାଦ୍ୟ ଖାଇବାକୁ ଇଛା ହେବ ତାହା ମହିଳାଙ୍କ ଶରୀର ଉପରେ ଥିବା ବ୍ୟଞ୍ଜନରୁ ବାଛି ଖାଇପାରିବେ। କେବଳ ନାରୀ ନୁହନ୍ତି ପୁରୁଷଙ୍କ ନଗ୍ନ ଶରୀର ଉପରେ ବି ଏଠାରେ ଖାଦ୍ୟ ପରଷା ଯାଇଥାଏ। ଜାପାନରେ ମଣିଷ ଶରୀର ଉପରେ ଖାଦ୍ୟ ପରଷିବା କଥା ବହୁତ ପୁରୁଣା ଅଟେ। ତେବେ ପ୍ରଥମେ ଏହା ଚାଇନାରେ ଆରମ୍ଭ ହୋଇଥିଲା। ଏହା ‘ନ୍ୟୋତାଇମୋରୀ’ ବା ‘ବଡ଼ି ସୁଶି’ ନାମରେ ପରିଚିତ, ଯାହାର ଅର୍ଥ ଶରୀରରେ ହେଇଥିବା ପ୍ଲେଟ୍‌। ତେବେ ଜାପାନ, ଚାଇନାର କିଛି ସ୍ଥାନରେ ମହିଳା, ପୁରୁଷଙ୍କ ଶରୀର ଉପରେ ଖାଦ୍ୟ ପରଷା ନ ଯାଇ ତା’ ସ୍ଥାନରେ ମଣିଷ ଶରୀର ପରି କେକ୍‌ ଅବା କଣ୍ଢେଇ କରି ତା’ ଉପରେ ଖାଦ୍ୟ ପରଷା ଯାଇଥାଏ।

Share