କେବଳ ଅମିତାଭ ନୁହେଁ, ଏସବୁ ଅଭିନେତା ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ରେଖା

ବିଗତ ଦିନର ସୁପରହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରେ ରେଖା ଅନ୍ୟତମ। ୬୮ ବର୍ଷ ବୟସରେ ମଧ୍ୟ ସେ ଆଜି ବି ଚମକୁଛନ୍ତି। ଏଥିପାଇଁ ତାଙ୍କୁ ଏଭରଗ୍ରୀନ୍‌ ବିୟୁଟି କୁହାଯାଏ। ରେଖା ତାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ରେଖାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚା ହେଲେ ଅମିତାଭ ବଚ୍ଚନଙ୍କ ନାମ ପ୍ରଥମେ ଆସେ। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଆପଣ ଜାଣନ୍ତି କି ଅମିତାଭଙ୍କ ବ୍ୟତୀତ ରେଖାଙ୍କ ଜୀବନରେ ଆହୁରି ଅନେକ ଲୋକ ଆସିଛନ୍ତି।


ପ୍ରଥମ ଥର ପାଇଁ ରେଖାଙ୍କ ନାମ ସୁପରଷ୍ଟାର ଜିତେନ୍ଦ୍ରଙ୍କ ସହ ଜଡିତ ଥିଲା। ତେବେ ଜିତେନ୍ଦ୍ର ରେଖାଙ୍କୁ ଛାଡି ଶୋଭା କପୁରଙ୍କୁ ବିବାହ କରିଥିଲେ। ଏହାପରେ ରେଖା ଅମିତାଭ ବଚ୍ଚନଙ୍କ ପ୍ରେମରେ ପଡ଼ିଥିଲେ। କେବଳ ପରଦାରେ ନୁହେଁ, ବ୍ୟକ୍ତିଗତ ଜୀବନରେ ବି ଏହି ଯୋଡିକୁ ଦର୍ଶକ ପସନ୍ଦ କରୁଥିଲେ। ଦୁହେଁ ଦୁହିଁଙ୍କୁ ବେଶ୍‌ ଭଲ ପାଉଥିଲେ। କିନ୍ତୁ ପୂର୍ବରୁ ବିବାହିତ ଥିବା ଅମିତାଭ ପାରିବାରିକ ଜୀବନକୁ ବଞ୍ଚାଇବା ପାଇଁ ରେଖାଙ୍କ ହାତ ଛାଡ଼ିଥିଲେ।


ଏହା ପରେ ରେଖାଙ୍କ ନାମ ଅଭିନେତା ବିନୋଦ ମେହେରାଙ୍କ ସହ ଜଡିତ ଥିଲା। କୁହାଯାଏ ଯେ ଦୁହେଁ ଗୁପ୍ତରେ ବିବାହ କରିଥିଲେ। ବିବାହ ପରେ ରେଖା ବିନୋଦ ମେହେରାଙ୍କ ସହ ତାଙ୍କ ଶାଶୁ ଘର ଯାଇଥିଲେ। କିନ୍ତୁ ବିନୋଦଙ୍କ ମା’ ତାଙ୍କୁ ଘରୁ ବାହାରକୁ ତଡି ଦେଇଥିଲେ। ଏହା ପରେ ସେ ବିନୋଦ ମେହେରାଙ୍କ ସହ ତାଙ୍କର ସମସ୍ତ ସମ୍ପର୍କ ସମାପ୍ତ ହୋଇଥିଲା।


୯୦ ଦଶକରେ ରେଖା ଅକ୍ଷୟ କୁମାରଙ୍କ ସହ ଖିଲାଡି କା ଖିଲାଡି ନାମକ ଏକ ଫିଲ୍ମ କରିଥିଲେ। ଉଭୟ ଏହି ଫିଲ୍ମରେ ବୋଲ୍ଡ ଦୃଶ୍ୟ ଦେଇଥିଲେ। ଏହା ପରଠାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।


ରେଖା ଏବଂ ଅଭିନେତା ସଞ୍ଜୟ ଦତ୍ତଙ୍କ ସମ୍ପର୍କ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। କୁହାଯାଏ ଯେ ଫିଲ୍ମ ଜମିନ ଆସମାନର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ କୌଣସି କାରଣରୁ ଉଭୟ ସମ୍ପର୍କରେ ବ୍ରେକ୍‌ ଲାଗିଥିଲା।

Share