Advertisement

ଧୋନୀଙ୍କ ସ୍ତ୍ରୀ ଉପରେ ଭାଜପାର ନଜର, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଅଗଷ୍ଟ ୧୫ରେ କ୍ରିକେଟରୁ ଅବସର ନେଇଛନ୍ତି। ଏହାପରେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନୀ ରାଜନୀତିରେ ସାମିଲ ହୁଅନ୍ତୁ ବୋଲି ଭାରତୀୟ ଜନତା ପାର୍ଟିି(ଭାଜପା)ଚାହୁଁଛି। ପୂର୍ବରୁ ଦଳର ଅନେକ ନେତା ମଧ୍ୟ ଏନେଇ ମତ ପ୍ରକାଶ କରିଛନ୍ତି। କେବଳ ଧୋନୀ ନୁହେଁ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କୁ ମଧ୍ୟ ଦଳୀୟ ଟିକେଟ ଦେଇ ରାଞ୍ଚିରୁ ୨୦୨୪ ନିର୍ବାଚନ ଲଢିବାକୁ ଦଳ ଚାହୁଁଛି ବୋଲି ଜଣାପଡିଛି। ୨୦୧୯ ନିର୍ବାଚନରେ ଭାଜପା ଧୋନୀଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ କରିବାକୁ ଚାହୁଁଥିଲା। କିନ୍ତୁ ଧୋନୀ ମନା କରିଦେଇଥିଲେ। ଅବସର ପରେ ସେ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ତାଙ୍କ ବିଜନେସ୍‌ ପାର୍ଟନର୍‌ ଅରୁଣ ପାଣ୍ଡେ କହିଛନ୍ତି ଧୋନୀ ଆଗକୁ ସେନାରେ ସକ୍ରିୟ ରହିବେ। ଧୋନୀ ମୂଳତଃ ଉତ୍ତରାଖଣ୍ଡର। କିନ୍ତୁ ସେ ଝାଡଖଣ୍ଡରେ ଘର କରି ରହିସାରିଛନ୍ତି। ଝାଡଖଣ୍ଡର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋଙ୍କ ସହ ତାଙ୍କ ସମ୍ପର୍କ ଭଲ ବୋଲି ଜଣାପଡିଛି। ସାକ୍ଷୀ ମଧ୍ୟ ରାଞ୍ଚିରେ ବେଶ୍‌ ଲୋକପ୍ରିୟ। ସେ ଯେବେ ବି ଏଠାକୁ ଆସନ୍ତି ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମେ। ଲକ୍‌ଡାଉନରେ ସେ ରାଞ୍ଚିରେ ଥିଲେ। ନିଜ ଫଟୋ ସବୁ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share