Posted inଜାତୀୟ

କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍‌ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କର କହିଛନ୍ତି, ଭାଜପା ଏକ ବିରାଟ ବିଭାଜନ ହୋଇଛି। ଦିନକୁ ଦିନ ଦଳ ଦୁର୍ବଳ ହେବାରେ ଲାଗିଛି ଏବଂ ଦଳ ମଧ୍ୟରେ ଫାଟ ବଢିଛି। କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି।
ନିକଟରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏନଡିଏ ସରକାରଙ୍କ ‘ସବକା ସାଥ, ସବକା ବିକାଶ’ ସ୍ଲୋଗାନ ଦେଇ ଯିବେ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ଅଖିଳେଶ ଯାଦବ କହିଛନ୍ତି, ଜଣେ ଭାଜପା ନେତା ନିଜର ଶୀର୍ଷ ନେତୃତ୍ୱ ଦେଇଥିବା ସ୍ଲୋଗାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ,ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳକୁ ନେଇ ନିରାଶ ହୋଇ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଖରାପ ପ୍ରଦର୍ଶନ ଉପରେ ସମୀକ୍ଷା ଆରମ୍ଭ କରିଛି। ଏହି ସଂପର୍କରେ ୟୁପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଭେଟିଥିଲେ। ଏହି ବୈଠକରେ ପରାଜୟ ବିଷୟରେ ଆଲୋଚନା କରାଯାଇଥିଲା।
ସୂଚନାନୁସାରେ, ଦଳର କେନ୍ଦ୍ରୀୟ ନେତୃତ୍ୱ ବିଭିନ୍ନ ରାଜ୍ୟର ନେତାମାନଙ୍କୁ ଭେଟି ଫଳାଫଳକୁ ସମୀକ୍ଷା କରିବା ଏବଂ ଲୋକ ସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ଉପରେ ମତାମତ ନେବାକୁ ଯାଉଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାରରେ କେନ୍ଦ୍ରୀୟ ନେତୃତ୍ୱ ୟୁପି ଡେପୁଟି ସିଏମ କେଶବ ମୌର୍ଯ୍ୟ ଏବଂ ୟୁପି ଭାଜପା ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କୁ ଭେଟି ମତାମତ ନେଇଥିଲେ।
କୁହାଯାଉଛି ଯେ, ଦଳର ରାଷ୍ଟ୍ରୀୟ ସଭାପତିଙ୍କ ସହ ପୃଥକ ବୈଠକରେ ଉଭୟ ନେତା କାର୍ଯ୍ୟକର୍ତ୍ତାଙ୍କ ଅବହେଳା ଏବଂ ପ୍ରଶାସନ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ନିର୍ବାଚନରେ ନ ଉଠାଇପାରିବା ଦଳର ଖରାପ ପ୍ରଦର୍ଶନ ହେବାର କାରଣ ବୋଲି ବିବେଚନା କରିଛନ୍ତି। ମୋଟ ଉପରେ ଭାଜପା ଏହାର ସମୀକ୍ଷା ରିପୋର୍ଟରେ ଏହି ପରାଜୟ ପାଇଁ ପ୍ରଶାସନକୁ ଦାୟୀ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri