ନିର୍ଦ୍ଧାରିତ ସମୟରେ ଖୋଲୁନି ଅଙ୍ଗନଓ୍ବାଡି କେନ୍ଦ୍ର

ମାହାଙ୍ଗା,୧୧।୬(ସ୍ବ.ପ୍ର.): କୁନି ପିଲାମାନଙ୍କ ପାଠପଢ଼ା ନିମନ୍ତେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ଏହି କେନ୍ଦ୍ରଗୁଡିକୁ ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲିବାକୁ ରାଜ୍ୟ ସରକାର ନିୟମ କରିଛନ୍ତି। କିନ୍ତୁ ମାହାଙ୍ଗା ବ୍ଲକ ସମସରପୁର ପଞ୍ଚାୟତ ଅନ୍ତର୍ଗତ ଅଙ୍ଗନଓ୍ବାଡି କେନ୍ଦ୍ର-୧ରେ ଏହି ନିୟମକୁ ଉଲ୍ଲଂଘନ କରାଯାଉଥିଛି। ଶନିବାର ଏହି କେନ୍ଦ୍ର ସକାଳ ୭ଟା ୫୦ ପର୍ଯ୍ୟନ୍ତ ଖୋଲି ନ ଥିବା ବେଳେ ବାହାରେ କୁନିକୁନି ପିଲାମାନେ ଅପେକ୍ଷା କରି ବସିଥିଲେ। ଏଠାରେ ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ଥିଲେ ମଧ୍ୟ ବିଳମ୍ବରେ କେନ୍ଦ୍ର ଖୋଲୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଅଙ୍ଗନଓ୍ବାଡି ସହାୟିକାଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଏ ସମ୍ପର୍କରେ ସିଡିପିଓ ପ୍ରମୋଦିନୀ ଦାସଙ୍କୁ ପଚାରିବାରୁ ଯଦି କେହି ଅଙ୍ଗନୱାଡି କର୍ମୀ ଓ ସହାୟିକା କାର୍ଯ୍ୟରେ ଅବହେଳା କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ା ସେହିପରି ସୁପରଭାଇଜର ଗରିମାଙ୍କୁ ଯୋଗାଯୋଗ କରିବାରୁ ଅଙ୍ଗନୱାଡି କର୍ମୀ ଜଣକ ଛୁଟିରେ ଥିବା କହିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।

Share