Categories: ଜାତୀୟ

‘ଆମ ପାଇଁ ନୁହେଁ, ଭାଜପା ଲାଗି ଚିନ୍ତାର କାରଣ’

ଲକ୍ଷ୍ନୌ,୬।୧୨: ମଥୁରା ଶାହି ଇଦଗା ମସଜୀଦରେ କୃଷ୍ଣମୂର୍ତ୍ତି ସ୍ଥାପନ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ଭାଜପା ଉପରେ ନିର୍ଭର କରେ। ଆମର ସୀମା ‘ରାମ ଲାଲା’ଙ୍କ ପର୍ଯ୍ୟନ୍ତ। ଆମର ମଥୁରା ସହ କିଛି ନେବା ଦେବା ନାହିଁ। ଏହାପରେ ସେମାନେ କାଶୀ କିମ୍ବା ମଥୁରା ଯିବେ, ଏହା ସମ୍ପୂର୍ଣ୍ଣ ରୂପେ ଭାଜପା ଉପରେ ନିର୍ଭର କରେ। ସେମାନେ ସେମାନଙ୍କ ରାଜନୀତି ଜାରି ରଖିବେ। ମଥୁରାରେ କୃଷ୍ଣମୂର୍ତ୍ତି ସ୍ଥାପନ ଉପରେ ପ୍ରଶ୍ନ କରାଯିବାରୁ ଏଭଳି ଉତ୍ତର ଦେଇଛନ୍ତି ଅଯୋଧ୍ୟାର ମୁଖ୍ୟ ପୂଜାରି ସତ୍ୟନ୍ଦ୍ର ଦାସ।

ବାବରି ମସଜୀଦ ଭଙ୍ଗା ଘଟଣାକୁ ୨୯ ବର୍ଷ ପୂର୍ତ୍ତୀ ଅବସରରେ ମଥୁରା ସ୍ଥିତ ଶାହି ଇଦଗା ମସଜୀଦରେ କୃଷ୍ଣ ମୂର୍ତ୍ତି ସ୍ଥାପନ କରିବାକୁ ଧମକ ଦେଇଥିଲା ଅଖିଳ ଭାରତ ହିନ୍ଦୁ ମହାସଭା। ତେବେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯିବା ପରେ ଉକ୍ତ ଡାହଣପନ୍ଥୀ ଗ୍ରୁପ ସେମାନଙ୍କ ଯୋଜନାକୁ ବାତିଲ କରି ଦେଇଛି। ଏହାସତ୍ତ୍ୱେ ମଥୁରାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share