ପ୍ୟାରିସ କି ସିଙ୍ଗାପୁର ନୁହେଁ, ଏହା ହେଉଛି ବିଶ୍ୱର ସବୁଠୁ ମହଙ୍ଗା ସହର

ଲଣ୍ଡନ,୧।୧୨: ଲଣ୍ଡନର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ବିଶ୍ୱର ସବୁଠୁ ଦାମୀ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି । ଏଥର ପ୍ୟାରିସ କିମ୍ବା ସିଙ୍ଗାପୁର ନୁହେଁ, ଏହି ତାଲିକାରେ ଇସ୍ରାଏଲର ସହର ତେଲ ଅଭିଭ ପ୍ରଥମ ସ୍ଥାନରେ ରହିଛି। ତେଲ ଅଭିଭ ଦୁନିଆର ସବୁଠୁ ଦାମୀ ସହର ଅଟେ। ଏହି ସହରରେ ବଢୁଥିବା ମୁଦ୍ରାସ୍ଫୀତି ବିଶ୍ୱବ୍ୟାପୀ ଲୋକଙ୍କ ଖର୍ଚ୍ଚ ବଢାଇ ଦେଇଛି। ‘ୱାଲର୍‌ଡ ଓ୍ବାଇଡ୍‌ କଷ୍ଟ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ’ ୧୭୩ଟି ସହରରେ ସାମଗ୍ରୀ ଏବଂ ସେବା ପାଇଁ ଆମେରିକୀୟ ଡଲାରର ମୂଲ୍ୟ ତୁଳନା କରି ଏହି ତାଲିକା ପ୍ରସ୍ତୁତ ହୋଇଛି। ଏହି ତାଲିକାରେ ପ୍ୟାରିସ ଏବଂ ସିଙ୍ଗାପୁର ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହାପରେ ଜୁରିଖ ଏବଂ ହଂକଂ। ନ୍ୟୁୟର୍କ ଷଷ୍ଠ ସ୍ଥାନରେ ଥିବାବେଳେ ଜେନେଭା ସପ୍ତମ ସ୍ଥାନରେ ରହିଛି । ଅଷ୍ଟମ ସ୍ଥାନରେ କୋପେନହେଗନ, ନବମ ସ୍ଥାନରେ ଲସ ଆଞ୍ଜେଲସ ଏବଂ ଦଶମ ସ୍ଥାନରେ ଜାପାନର ଓସାକା ରହିଛି। ୨୦୨୦ ରେ ପ୍ୟାରିସ, ଜୁରିଚ ଏବଂ ହଂକଂ ମିଳିତ ଭାବରେ ଏହି ସର୍ଭେରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ତିନୋଟି ସହରରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ଥିଲା।

Share