Categories: ଖେଳ

ବୁମ୍‌ରା ନ ଖେଳିବା ମୁମ୍ବାଇ ପାଇଁ ବଡ଼ ସମସ୍ୟା: ରୋହିତ

ବେଙ୍ଗାଲୁରୁ,୩।୪: ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ରୋହିତ ଶର୍ମା। ଆଇପିଏଲ୍‌ରେ ଜଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତି ମୁମ୍ବାଇ ପାଇଁ ସମସ୍ୟା ସୃଷ୍ଟି କରିଛି ବୋଲି ରୋହିତ କହିଛନ୍ତି। ଏପରିକି ଗତ ୮ ମାସ ହେଲା ବୁମ୍‌ରାଙ୍କ ବିନା ଖେଳିବାକୁ ପଢୁଛି। ଆଇପିଏଲ୍‌ ଏକ ଭିନ୍ନ ସେଟ୍‌ ଅପ୍‌। ଏଣୁ ବୁମ୍‌ରାଙ୍କୁ ଅନୁପସ୍ଥିତିକୁ ଦଳ ଅଣଦେଖା କରିପାରିବ ନାହିଁ। ଆଘାତ ପାଇବା ଖେଳାଳିଙ୍କ ନିୟନ୍ତ୍ରଣରେ ନ ଥାଏ। ସେହି ବିଷୟରେ ଅଧିକ କିଛି କହି ହେବ ନାହିଁ। ମୁମ୍ବାଇର ବହୁ ପ୍ରତିଭାଶାଳୀ ଖେଳାଳି ଅଛନ୍ତି। ଏଣୁ ତାଙ୍କୁ ଉତ୍ତମ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ରୋହିତ ମତପ୍ରକାଶ କରିଛନ୍ତି।
ଆଇପିଏଲ୍‌ର ପଞ୍ଚମ ମ୍ୟାଚରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂକରି ୧୭୧ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ବାଙ୍ଗାଲୋର ୧୬.୩ ଓଭରରେ ମ୍ୟାଚ ଜିତିନେଇଥିଲା। ଦଳ ପାଇଁ ବିରାଟ କୋହଲି ଏବଂ ଫାଫ୍‌ ଡୁ ପ୍ଲେସିଙ୍କ ମଧ୍ୟରେ ଏକ ରେକର୍ଡ ଭାଗୀଦାରି ହୋଇଥିଲା। ଦୁହେଁ ୮୯ ବଲ୍‌ର ସମ୍ମୁଖୀନ ହୋଇ ୧୪୮ ରନ୍‌ର ଭାଗୀଦାରି କରିଥିଲେ। ଆର୍‌ସିବିଠାରୁ ପରାଜୟ ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଦଳର ଷ୍ଟାର୍‌ ଏବଂ ଫାଷ୍ଟ ବୋଲରଙ୍କ ଆହତ କାରଣରୁ ଦଳ ବାହାରେ ଥିବା ବୁମ୍‌ରାଙ୍କୁ ଦଳ ମିସ୍‌ କରୁଛି। ଗତ ୬ରୁ ୮ ମାସ ହେଲେ ବୁମ୍‌ରାଙ୍କ ବିନା ଖେଳିବା ଅଭ୍ୟସ୍ତ କରାଯାଉଛି ବୋଲି ରୋହିତ କହିଛନ୍ତି।

Share