ବାଇଡେନ୍‌ଙ୍କୁ ସ୍ବୀକୃତି ଦେବାକୁ ପ୍ରସ୍ତୁତ ନୁହଁ’

ମସ୍କୋ, ୨୩।୧୧: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ଙ୍କୁ ସ୍ବୀକୃତି ଦେବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ତେବେ ଆମେରିକୀୟମାନଙ୍କର ଆସ୍ଥା ଥିବା ଯେକୌଣସି ବ୍ୟକ୍ତିଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ତେବେ ଆସ୍ଥା କେବଳ ସେତେବେଳେ କରାଯାଇପାରିବ, ଯେତେବେଳେ ପ୍ରାର୍ଥୀଙ୍କ ବିଜୟକୁ ବିରୋଧୀ ଦଳ ସ୍ବୀକାର କରିବ କିମ୍ବା ଫଳାଫଳ ଆଇନସମ୍ମତ ଉପାୟରେ ସ୍ପଷ୍ଟ ହେବ। ସୂଚନାଯୋଗ୍ୟ, ୨୦୧୬ ଆମେରିକା ନିର୍ବାଚନ ବେଳେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜିତାଇବା ପାଇଁ ରୁଷିଆ କାର୍ଯ୍ୟ କରିଥିବା ନେଇ ଏହାର ଗୋଇନ୍ଦା ସଂସ୍ଥା ଅଭିଯୋଗ କରିଥିଲା। ବାଇଡେନ୍‌ କ୍ଷମତାକୁ ଆସିଲେ କଟକଣା ଚାପ, ମାନବାଧିକାରକୁ ନେଇ ସଂଘର୍ଷ ବଢ଼ିବା ରୁଷିଆ ଆଶଙ୍କା କରୁଛି।

Share