ପୁନରୁଦ୍ଧାର ହେଲାନି, ବନ୍ଦ କରିଦେଲେ

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସମବାୟ ଚିନିକଳ ଜିଲାର ଆଖୁଚାଷୀଙ୍କ ଜୀବନରେଖା ଥିଲା। ସହର ଉପକଣ୍ଠ ତୋରାଠାରେ ନିର୍ମିତ ଏହି ଚିନିକଳକୁ ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଉଦ୍‌ଘାଟନ କରିଥିଲେ। ଦୀର୍ଘବର୍ଷ ଧରି ଚିନିକଳ ଠିକ୍‌ ଭବେ ଚାଲୁଥିଲା ଏବଂ ଜିଲା ତଥା ଜିଲା ବାହାର ଆଖୁଚାଷୀ ଲାଭବାନ୍‌ ହେଉଥିଲେ। ସେହିପରି ଚିନିକଳ ଅଞ୍ଚଳର ବହୁଲୋକଙ୍କୁ କର୍ମଯୋଗାଣ ସହିତ ସେମାନଙ୍କ ପରିବାର ପୋଷଣରେ ସହାୟକ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଯୋଗୁ ଚିନିକଳ ଅକାମୀ ହୋଇ ପଡ଼ିଥିଲା। ଏହାର ପୁନରୁଦ୍ଧାର ପାଇଁ ଆନ୍ଦୋଳନ ହୋଇଥିଲା। ଏହାସତ୍ତ୍ବେ ଚିନିକଳ କାର୍ଯ୍ୟକ୍ଷମ ହେଲାନାହିଁ। ଅନ୍ୟପଟେ ଲୋକଙ୍କୁ ରୋଜଗାର ଯୋଗାଉଥିବା ଚିନିକଳକୁ ବର୍ତ୍ତମାନ ସରକାର ସମ୍ପୂର୍ଣ୍ଣ ଭାବେ ବନ୍ଦ ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଅଧୀନରେ ଥିବା ଏହି ଚିନିକଳର ଦାୟିତ୍ୱ ୧୯୯୦ରୁ ୧୯୯୮ ମସିହା ପର୍ଯ୍ୟନ୍ତ ପ୍ରାଇଭେଟ୍‌ ସଂସ୍ଥା ପୋନ୍ନି ସୁଗାରକୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଘରୋଇ ସଂସ୍ଥା ଦାୟିତ୍ୱ ଛାଡି ଚାଲିଯାଇଥିଲା ଏବଂ ପୂର୍ବଭଳି ସମବାୟ ବିଭାଗ ଅଧୀନରେ ଚିନିକଳ ରହିଲା। ହେଲେ ଚିନିକଳ ଆଉ ଆଗଭଳି ଆଗେଇ ନ ଥିଲା। ଚାଷୀମାନେ ଆଖୁ ବିକିବା ସତ୍ତ୍ବେ ଦୀର୍ଘଦିନ ଧରି ସେମାନଙ୍କ ପ୍ରାପ୍ୟ ପାଇ ପାରି ନ ଥିଲେ ଏବଂ ଏଥିପାଇଁ ସେମାନଙ୍କୁ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ୁଥିଲା। ସେହିପରି ଚାଷୀମାନେ ଆଖୁ ଧରି ଚିନିକଳରେ ପହଞ୍ଚୁଥିଲେ ସୁଦ୍ଧା ଆଖୁକିଣାରେ କଟକଣା ଲଗାଗଲା। ବର୍ଷ ବର୍ଷ ଚିନିକଳ କର୍ମଚାରୀଙ୍କୁ ସେମାନଙ୍କ ଦରମା ମିଳିଲାନି। ସେମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଭଳି ସ୍ଥିତିରେ ଚିନିକଳ ଧୀରେ ଧୀରେ ଅସ୍ତିତ୍ୱ ହରାଇ ବସିଥିଲା। ଅପରପକ୍ଷେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବକେୟା ଦରମା ପ୍ରଦାନ ଦାବିରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାରୁ ମୁଖ୍ୟମନ୍ତ୍ରୀ ୧୧କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ତାକୁ ନେଇ ଚିନିକଳ କାର୍ଯ୍ୟକ୍ଷମ ହେବ ବୋଲି ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ସେହି ପ୍ୟାକେଜ୍‌ ମଧ୍ୟ ମିଳି ନ ଥିଲା ଏବଂ ଶେଷରେ ଚିନିକଳକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ସଭିଁଙ୍କୁ ନିରାଶ କରିଛି।
ବରଗଡ଼ ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ବରଗଡ଼ରେ ଚିନିକଳ, ସୂତାକଳ, ସିମେଣ୍ଟ କାରଖାନା ଥିଲା। ପୂର୍ବରୁ ସିମେଣ୍ଟ କାରଖାନାକୁ ବିକ୍ରି କରାଯାଇଥିବା ବେଳେ ଚିନିକଳ, ସୂତାକଳକୁ ବନ୍ଦ କରିଦେଲେ। ବରଗଡ଼ ଏବେ ଶିଳ୍ପଶୂନ୍ୟ ହୋଇଗଲା କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ବଜାର ବ୍ୟବସ୍ଥା ଠିକ୍‌ ଅଛି। କଞ୍ଚାମାଲ ମହଜୁଦ ରହିଛି। ଏଭଳି ସ୍ଥିତିରେ ଚିନିକଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଆଦୌ ଠିକ୍‌ ନୁହେଁ। ଚିନିକଳ ପୁନରୁଦ୍ଧାର ପାଇଁ ମୁଁ ପୂର୍ବରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି । ରାଜ୍ୟ ସରକାର ଚାହିଁଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଚିନିକଳର ପୁନରୁଦ୍ଧାର କରିପାରିଥାଆନ୍ତେ। ଆଇଓସିଏଲର ଏକ ପ୍ରତିନିଧି ଦଳ ମଧ୍ୟ ଚିନିକଳ ପରିଦର୍ଶନ କରିଥିଲେ। ଏବେ ମଧ୍ୟ ସମୟ ଅଛି, ରାଜ୍ୟ ସରକାର ଚିନିକଳ ବନ୍ଦ ନିଷ୍ପତ୍ତିରୁ ଓହରିଲେ ସେ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ଦେବେ ବୋଲି ପୂଜାରୀ କହିଛନ୍ତି। ସେହିପରି ନିଜ ଦୋଷ, ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ମିଛ ତଥ୍ୟ ଦେଇ ଚିନିକଳକୁ ବନ୍ଦ କରି ଦେଇଛନ୍ତି ବୋଲି ଆମ୍‌ ଆଦ୍‌ମୀ ପାର୍ଟିର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ କହିଛନ୍ତି। ଚିନିକଳର ପୁନରୁଦ୍ଧାର ପାଇଁ ଆପ୍‌ ବାରମ୍ବାର ରାଜ୍ୟ ସରକାର ଏବଂ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ଜଣାଇଛି। ଏହାସତ୍ତ୍ବେ ପୁନରୁଦ୍ଧାର ବଦଳରେ ବନ୍ଦ କରିଦେବା ନିଷ୍ପତ୍ତି ପଛରେ ଶାସକଦଳର କିଛି ନେତାଙ୍କ ସ୍ବାର୍ଥ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, କୃଷିଭିତ୍ତିକ ଶିଳ୍ପ ହେଲେ ଚାଷୀଙ୍କ ଆୟ ବଢ଼ିବ। କିନ୍ତୁ ଦିନକୁ ଦିନ ଚିନିକଳ ଭଳି କୃଷିଭିତ୍ତିକ ଶିଳ୍ପକୁ ବନ୍ଦ କରି ଦିଆଯିବା ଦ୍ୱାରା ସରକାର କୃଷି, କୃଷକଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଉଛନ୍ତି। ଏ ସମ୍ପର୍କରେ ବରଗଡ଼ ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍‌ପି ଡ. ପ୍ରଭାସ ସିଂ କହିଛନ୍ତି, ଚିନିକଳ କ୍ଷତି ହେବାରୁ ସମବାୟ ବିଭାଗ ସେଭଳି ନିଷ୍ପତ୍ତି ନେଇଛି। ଚିନିକଳ ଯେପରି ପୁନରୁଦ୍ଧାର ହୋଇପାରିବ, ଜିଲାର ସମସ୍ତ ବିଧାୟକଙ୍କ ସହ ଆଲୋଚନା କରି ପୁଣିଥରେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ଉଲ୍ଲେଖନୀୟ, ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଉଦ୍ଧବ ଚରଣ ମାଝୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ (ଅର୍ଡର ନଂ-୧୮୨୭୩ ତା-୧୬।୧୦।୨୦୨୩ରିଖରେ ୨୦୨୨-୨୩) ରିପୋର୍ଟ ଅନୁସାରେ ଏହି ଚିନିକଳ ଠିକ୍‌ ଭାବେ ବ୍ୟବସାୟ କରୁ ନ ଥିବା, ଗତ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଚିନିକଳକୁ ୭୨କୋଟି ୫୯ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଥିବା, ଗତ ୧୯୮୯ ଅଗଷ୍ଟ ୨୦ତାରିଖ ପରଠାରୁ ଆଦୌ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ନ ଥିବା ଆଦି କାରଣ ଦର୍ଶାଇ ଚିନିକଳକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର...

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା।...

ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶଂସା, କହିଲେ ସମସ୍ତଙ୍କ ସହଯୋଗରେ ବିପଦକୁ…

ଭଦ୍ରକ,୨୭ା୧୦(ସନାତନ ରାଉତ): ବାତ୍ୟା ଦାନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲା ଦାୟିତ୍ୱରେ ଥିଲେ।...

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ପୋଲିସ ଗାଡ଼ି ଦେଖି ମାରୁଥିଲେ ଫେରାର, ଆଉ ତା’ ପରେ…

ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ଜୁଆଆଡ୍ଡାରେ ଚଢ଼ାଉ କରାଯାଇଛି। ଏଥିରେ ସମ୍ପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରିବା ସହ...

ଅଧରାତିରେ କେମିତି ଜଳବନ୍ଦୀଙ୍କୁ ଉଦ୍ଧାର କଲେ, ଖବରଦାତା ସମ୍ମିଳନୀରେ କହିଲେ ପୂରା ଘଟଣା…

ଭଦ୍ରକ,୨୭ା୧୦: ବାତ୍ୟା ଦାନା ଟଳି ଯିବା ପରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଦୁଇ ଦିନ ପରେ ଏବେବି...

ମଶାଧୂପରୁ ଶ୍ୱାସରୁଦ୍ଧ ହୋଇ ମା’-ଝିଅ ସମେତ ୩ ଅସୁସ୍ଥ

ତିହିଡ଼ି,୨୭ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦକ୍ଷିଣପାରି ଗ୍ରାମରେ ମଶାଧୂପରେ ଶ୍ୱାସରୁଦ୍ଧ ହୋଇ ମା-ଝିଅ ସମେତ ୩ଜଣ ଅସୁସ୍ଥ ହୋଇଛନ୍ତି।...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

ଠେକୁଆ ଦେଖାଇବେ କହି ୭ବର୍ଷର କୁନି ଝିଅକୁ ବଳାତ୍କାର କଲେ ଜେଜେ ବୟସର  ବ୍ୟକ୍ତି: ମାଡ଼ି ବସିଲା ପୋଲିସ 

ଯାଜପୁର,୨୭।୧୦: ଯାଜପୁର ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାରର ହୋଇଥିଲ। ଘଟଣାର ୪ ଦିନ ପରେ ଅଭିଯୁକ୍ତ କାଳିଆ ପରିଡାଙ୍କୁ ପୋଲିସ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri