ଆମେ ଜଣଙ୍କୁ ବି ଜୀବନ୍ତ ଉଦ୍ଧାର କରିପାରିଲୁ ନାହିଁ: ନେପାଳ ସେନା

କାଠମାଣ୍ଡୁ,୧୬ ।୧: ନେପାଳରେ ରବିବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ବି ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ପାରି ନ ଥିବା କହିଛନ୍ତି ନେପାଳ ସେନା ପ୍ରବକ୍ତା କୃଷ୍ଣ ପ୍ରସାଦ ଭଣ୍ଡାରି । ସୋମବାର ସକାଳୁ ପୁଣିଥରେ ସର୍ଚ୍ଚ ଅପରେଶନ ଜାରି ରହିଛି ।
ନେପାଳର ପଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ରବିବାର ପୋଖରାରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଏକ ମନ୍ତ୍ରିସ୍ତରୀୟ ଜରୁରୀ ବୈଠକ ଡାକିଥିଲେ । ଏହାସହ ନେପାଳର ଗୃହ ମନ୍ତ୍ରଣାଳୟ, ସୁରକ୍ଷାକର୍ମୀ ଓ ସମସ୍ତ ସରକାରୀ ଏଜେନ୍ସିକୁ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସୂଚନାଯୋଗ୍ୟ, ଦୁଇ ଇଞ୍ଜନ ବାଲା ଏଟିଆର ୭୨ ବିମାନ ରବିବାର ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ରବିବାର ସୁଦ୍ଧା ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଏହାସହ ଏବେବି ୪ ଜଣ ନିଖୋଜ ଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ୫ ଭାରତୀୟ ବି ରହିଛନ୍ତି । ଏହି ବିମାନ ଦୁର୍ଘଟଣାର ରିପୋର୍ଟ ୪୫ ଦିନ ମଧ୍ୟରେ ଆସିବ ବୋଲି ଆଶା କରାଯାଉଛି । ଏହି ବିମାନ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Share