ହୋଇଗଲା ଫାଇନାଲ୍‌; ସଲମାନ୍‌ ନୁହନ୍ତି ବରଂ ଏହି ଫିଲ୍ମନିର୍ମାତା କରିବେ ବିଗ୍‌ବସ୍‌ ଆଗାମୀ ସଂସ୍କରଣକୁ ହୋଷ୍ଟ !

ବମ୍ବେ: ବହୁ ବିବାଦୀୟ ତଥା ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୫’କୁ କିଏ ହୋଷ୍ଟ କରିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିଲା। ଟେଲିଭିଜନ ବଦଳରେ ଶୋ’ ଏବେ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି। ଦବଙ୍ଗ ଖାନ୍‌ ସଲମାନ ଏହାକୁ ଆୟୋଜନ କରିବେ ନାହିଁ ବୋଲି ଖବର ଆସିଥିଲା। ଏହାପରେ ଅଭିନେତା ତଥା ପ୍ରତିଯୋଗୀ ଥିବା ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ନାମ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ ସମସ୍ତ ଚର୍ଚ୍ଚା ଉପରେ ବିରାମ ଲାଗିଛି।

ସଲମାନ କିମ୍ବା ସିର୍ଦ୍ଧାର୍ଥ ନୁହଁନ୍ତି, ନିର୍ଦ୍ଦେଶକ କରନ୍‌ ଜୋହର ବିଗ୍‌ବସ ୧୫ ସିଜନ୍‌ ହୋଷ୍ଟ କରିବା ସ୍ପଷ୍ଟ ହୋଇଛି। ଭୁଟ୍‌ ପକ୍ଷରୁ ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ସୂଚନା ଦିଆଯାଇଛି। ଅଗଷ୍ଟ ୮ରୁ ଭୁଟ୍‌ରେ ଶୋ’ର ପ୍ରସାରଣ କରାଯିବ।

କୁହାଯାଉଛି, ଚଳିତ ସିଜନରେ ବିଗ୍‌ବସ୍‌ର ବିଷୟବସ୍ତୁ ଅଲଗା ହେବ। ଏଣୁ ନିର୍ମାତାମାନେ ଏହାକୁ ଟେଲିଭିଜନରେ ପ୍ରସାରଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାର କିଛି ନିୟମ ରହିଛି। ଶୋ’ଟି ଟେଲିଭିଜନରେ ପ୍ରସାରିତ ହେବା ପରେ ସେ ଏହାର ଅଂଶ ହେବେ ବୋଲି ସଲମାନ ସ୍ପଷ୍ଟ ମଧ୍ୟ କରିଛନ୍ତି। ଏଣୁ ଶୋ’ ପ୍ରଥମ ଛଅ ସପ୍ତାହ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେବା ପରେ ଟେଲିଭିଜନରେ ପ୍ରଦର୍ଶିତ ହେବ। ବିଗ୍‌ ବସ୍‌ର ନୂଆ ସିଜନ୍‌ ଛଅ ମାସ ଅବଧି ବିଶିଷ୍ଟ ରହିବ।

 

Share