ଓ୍ବାଶିଂଟନ୍,୧ା୫: ଦକ୍ଷିଣ ଚାଇନା ସାଗର (ଏସ୍ସିଏସ୍)ର ବିବାଦୀୟ ଜଳରାଶିରେ ଔଦ୍ଧତ୍ୟ ନ ଦେଖାଇବାକୁ ଆମେରିକା ପକ୍ଷରୁ ଚାଇନାକୁ ତାଗିଦ୍ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର ହ୍ବାଇଟ୍ ହାଉସ୍ରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟରଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରଛନ୍ତି। ଏହା ପୂର୍ବରୁ ଚାଇନା ନୌସେନାର ଯୁଦ୍ଧଜାହାଜଗୁଡ଼ିକ ଏସ୍ସିଏସ୍ରେ ଫିଲିପାଇନ୍ସ ଜାହାଜ ସହ ମୁହଁାମୁହଁି ହୋଇଛି। ଗତ ସପ୍ତାହରେ ଆମେରିକା ଓ ଫିଲିପାଇନ୍ସ ସର୍ବବୃହତ୍ ସମରାଭ୍ୟାସ ଶେଷ କରିଥିବାବେଳେ ସୋମବାର ୧୯୯୦ ପରେ ଦୁଇଦେଶର ପ୍ରଥମ ମିଳିତ ଫାଇଟର ଜେଟ୍ ତାଲିମ ଆରମ୍ଭ ହେବ। ଚଳିତ ବର୍ଷ ଫିଲିପାଇନ୍ସ ଆମେରିକାକୁ ନିଜର ୪ଟି ଦ୍ୱୀପରେ ଥିବା ସେନାଘାଟିରେ ସାମରିକ ଉପସ୍ଥିତି ପାଇଁ ଅନୁମତି ଦେଇଥିବାରୁ ଏହା ଚାଇନା ପାଇଁ ଅସହ୍ୟ ହୋଇଛି। ବେଜିଂ ଉକ୍ତ ଦ୍ୱୀପଗୁଡ଼ିକୁ ନିଜର ବୋଲି ଦାବି କରି ଫିଲିପାଇନ୍ସକୁ ହଇରାଣ କରୁଛି। ଓ୍ବାଶିଂଟନ୍ ଯାତ୍ରା ପୂର୍ବରୁ ମାର୍କୋସ୍ କହିଛନ୍ତି, ଆମେରିକା ସହ ସମ୍ପର୍କ ସୁଦୃଢ଼ କରିବା ପାଇଁ ସେ ନିଶ୍ଚିତ।