ଟିକା ପାଇବା ସୁଯୋଗ ନୁହେଁ, ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ

କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଭୟଙ୍କର ରୂପ ନେବା ସହିତ ଦେଶସାରା ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣ ଓ ମୃତ୍ୟୁ ରେକର୍ଡ ସ୍ତରରେ ପହଞ୍ଚତ୍ଥିବା ବେଳେ ଔଷଧ, ଅକ୍ସିଜେନ୍‌, ହସ୍‌ପିଟାଲ ଖଟିଆ ପାଇଁ ହାହାକାର ଦେଖାଯାଇଛି। ବିଶେଷ କରି ଏହି ରୋଗର ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅକ୍ସିଜେନ୍‌ର ଯୋଗାଣ ଅଭାବରୁ ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ଶହ ଶହ ରୋଗୀ ପ୍ରାଣ ହରାଇଛନ୍ତି। କରୋନା ଯୋଗୁ ହେଉଥିବା ମୃତ୍ୟୁର ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବାରେ ନାହିଁ ନ ଥିବା ସମସ୍ୟା ଦେଖାଯାଇଛି। ଶ୍ମଶାନ ଓ କବରସ୍ଥଳଗୁଡ଼ିକରେ ଅନ୍ତିମ ସଂସ୍କାର ପାଇଁ ପରିଜନଙ୍କ ଲମ୍ବାଧାଡ଼ି ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ମୃତଦେହକୁ ନଦୀରେ ଭସେଇଦେବା ଭଳି ଲୋମହର୍ଷଣକାରୀ ଘଟଣା ଆମର ବିବେକକୁ ଏକଦମ୍‌ ଦୋହଲାଇ ଦେଇଛି। ବଞ୍ଚତ୍ଥିବା ବେଳେ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଅସହାୟ ଆମର ବ୍ୟବସ୍ଥା ମୃତ୍ୟୁ ପରେ ତା’ର ନାଗରିକକୁ ସମ୍ମାନଜନକ ବିଦାୟୀ ଦେବାରେ ବି ବିଫଳ ହୋଇଛି। ମନେହେଉଛି, କରୋନା ଭୂତାଣୁ ମଣିଷର ଶରୀରର ପ୍ରତିରୋଧ ଶକ୍ତିକୁ ପରୀକ୍ଷା କରିବା ସହିତ ଆମର ବ୍ୟବସ୍ଥାର ପ୍ରତିରୋଧ ଶକ୍ତିକୁ ବି ପରୀକ୍ଷା କରୁଛି।
ଦେଶରେ ମହାମାରୀର ଏହି ଭୟଙ୍କର ପରିସ୍ଥିତି ପାଇଁ କେନ୍ଦ୍ର ସରକାର କାଠଗଡ଼ାରେ ଠିଆ ହୋଇଛନ୍ତି। ମହାମାରୀର ମୁକାବିଲାରେ ସରକାରଙ୍କ ବିଭ୍ରାନ୍ତିକର ନୀତି ଓ ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀର ଅଭାବ ମୂଳତଃ ଦାୟୀ ବୋଲି ଦେଶ ବିଦେଶର ଅଧିକାଂଶ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। କରୋନାର ଏହି ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ଭାରତ ସରକାରଙ୍କ ଅପାରଗତାକୁ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଅନେକ ହ୍ରାସ ପାଇଛି ବୋଲି ବିଭିନ୍ନ ସର୍ଭେରୁ ଜଣାପଡ଼ିଛିି। କରୋନାର ଦ୍ୱିତୀୟ ଲହରକୁ ନେଇ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ ଏପରି କି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ପକ୍ଷରୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସତର୍କତା ଅବଲମ୍ବନ କରାଗଲାନି। ବରଂ କରୋନାର ବିପଦ ଚାଲିଯାଇଛି ବୋଲି ଧରି ନିଆଯାଇ ପୂର୍ବରୁ ଥିବା ସମସ୍ତ ପ୍ରକାର କଟକଣାକୁ ଏକଦମ୍‌ ହଟେଇ ଦିଆଗଲା। ପ୍ରଧାନମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଭାରତ କରୋନାକୁ ହରାଇ ସାରିଛି ଓ କରୋନା ବିରୋଧୀ ଲଢ଼େଇରେ ଆମେ ବିଶ୍ୱ ପାଇଁ ଉଦାହରଣ ପାଲଟିଛୁ ବୋଲି ବାହାସ୍ଫୋଟ ମାରୁଥିଲେ। ଖାଲି ସେତିକି ନୁହେଁ, କରୋନାର ମୁକାବିଲା ପାଇଁ ସରକାର ନିଜେ କରିଥିବା ନିର୍ଦ୍ଦେଶାବଳୀର ଖୋଲାଖୋଲି ଉଲ୍ଲଂଘନ କରି ପାଞ୍ଚୋଟି ରାଜ୍ୟର ବିଧାନସଭା ଓ ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ତଥା ଦୀର୍ଘ ଏକମାସ ଧରି କୁମ୍ଭମେଳାର ଆୟୋଜନ କରି ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଅନୁମତି ଦିଆଗଲା।
ବର୍ତ୍ତମାନ ସୁଦ୍ଧା ଟିକାକରଣ ହିଁ କରୋନା ବିରୋଧ ଲଢ଼େଇରେ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି ପ୍ରମାଣିତ ହୋଇଥିବା ବେଳେ ସେ କ୍ଷେତ୍ରରେ ମଧ୍ୟ ସରକାର ଆପରାଧିକ ଅବହେଳା ପ୍ରଦର୍ଶନ, ଆଜି ଭାରତର କୋଟି କୋଟି ଲୋକଙ୍କୁ ମୃତ୍ୟୁମୁହଁକୁ ଠେଲିଦେଇଛି। ମାର୍ଚ୍ଚ ଶେଷସୁଦ୍ଧା ଭାରତ ସରକାର ନିଜର ଜନସଂଖ୍ୟାର ୧୦% ପାଇଁ ବି ଟିକା ବରାଦ କରି ନ ଥିବା ବେଳେ ଆମେରିକା ତା’ର ୩୯ କୋଟି ଜନସଂଖ୍ୟା ପାଇଁ ୧୩୦ କୋଟି ଡୋଜ୍‌, ବ୍ରିଟେନ୍‌ ତା’ର ୭ କୋଟି ଜନସଂଖ୍ୟା ପାଇଁ ୪୫ କୋଟି ଡୋଜ୍‌ ଏବଂ କାନାଡା ତା’ର ଜନସଂଖ୍ୟା ତୁଳନାରେ ଦଶ ଗୁଣ ଡୋଜ୍‌ ପାଇଁ ବରାଦ କରି ସାରିଥିଲା। ଗତବର୍ଷ ଯେତେବେଳେ ସାରା ବିଶ୍ୱର ଉନ୍ନତ ଦେଶଗୁଡ଼ିକ ନିଜ ଲୋକଙ୍କୁ ଟିକାକରଣ ପାଇଁ ଟିକାର ଗବେଷଣା ଓ ବିକାଶରେ ବିପୁଳ ଅର୍ଥ ବିନିଯୋଗ କରୁଥିଲେ, ଉପତ୍ାଦନକାରୀ କମ୍ପାନୀଠାରୁ ଟିକା କିଣିବା ପାଇଁ ବିପୁଳ ଅର୍ଥ ଦେଇ ଆଗୁଆ ବରାଦ କରୁଥିଲେ ଏବଂ ଟିକାର ଉଦ୍ଭାବନ ପରେ ଲୋକଙ୍କୁ ମାଗଣାରେ ବାଣ୍ଟିବା ପାଇଁ ରଣନୀତି ତିଆରି କରୁଥିଲେ, ସେତେବେଳେ ଆମ ସରକାର ଟିକାକରଣ ନେଇ ଏକଦମ୍‌ ବେଖାତିର ଥିଲେ। ବୋଧହୁଏ ସରକାରଙ୍କ ଧାରଣା ଥିଲା, କରୋନାର ସଂକ୍ରମଣ କମିଯାଇଛି, ତେଣୁ ଟିକାକରଣ ଆଉ ଦରକାର ନାହିଁ। ସେହି କାରଣରୁ ହିଁ ଜାନୁୟାରୀ ୫ରେ ଟିକା ପାଇଁ ଦୁଇଟି କମ୍ପାନୀଙ୍କୁ ମଞ୍ଜୁରୀ ଦିଆଯାଇଥିଲେ ମଧ୍ୟ ଏଯାଏ ଦେଶର ସ୍ବାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ଟିକାକରଣ ବି ସମାପ୍ତ ହୋଇନାହିଁ।
ଦେଶରେ କରୋନାର ବର୍ଦ୍ଧିତ ସଂକ୍ରମଣ ପାଇଁ ଟିକାକରଣର ମନ୍ଥର ଗତି ହିଁ ଅନେକ ପରିମାଣରେ ଦାୟୀ। ଏଥିରେ ଦ୍ୱିମତ ନାହିଁ ଯେ, ସରକାର ବିଶ୍ୱରେ ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଚଳାଇବାର ଯେଉଁ ଦାବି କରୁଥିଲେ, ସେଥିରେ ନିଜ ପାଇଁ ବାହାବା ନେବାର ଇଚ୍ଛାଟି ଅଧିକ ରହିଥିବା ବେଳେ ସମସ୍ତଙ୍କୁ ଟିକାକରଣର ଇଚ୍ଛାଟି ବହୁତ କମ୍‌ ଥିଲା। ଠିକ୍‌ ସମୟରେ ନିଜର ଜନସଂଖ୍ୟାର ଏକ ବଡ଼ ଭାଗକୁ ଟିକାକରଣ କରିବା ଫଳରେ ଆମେରିକା, ଇସ୍ରାଏଲ୍‌, ରୁଷିଆ, ଇଂଲଣ୍ଡ ଓ ଚାଇନା ପରି ଦେଶଗୁଡ଼ିକ ନିଜର ନାଗରିକଙ୍କୁ ବର୍ତ୍ତମାନ କରୋନାରୁ ସୁରକ୍ଷିତ ରଖିବାରେ ପ୍ରାୟତଃ ସକ୍ଷମ ହୋଇଛନ୍ତି। ଏପରି କି ଅନେକ ଦେଶରେ ୧୮ ବର୍ଷରୁ କମ୍‌ ପିଲାଙ୍କୁ ବି ଟିକାକରଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କିନ୍ତୁ ଅନ୍ୟପକ୍ଷରେ ଭାରତରେ ବର୍ତ୍ତମାନ ଯେଉଁ ହାରରେ ଟିକାକରଣ ଚାଲିଛି, ତାହା ଯଦି ଅବ୍ୟାହତ ରହେ ତା’ହେଲେ ଜନସଂଖ୍ୟାର ଅର୍ଦ୍ଧେକ ଲୋକଙ୍କୁ ଟିକାକରଣ କରିବାକୁ ଆମକୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିବ।
ଟିକାକରଣ ପାଇଁ ସ୍ପଷ୍ଟନୀତି ଏବଂ ବିଶେଷ କରି ସମସ୍ତଙ୍କୁ ମାଗଣାରେ ଟିକାକରଣ କରିବାର ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଦେଶରେ ଟିକାକରଣ ନେଇ ଭୟଙ୍କର ଅବ୍ୟବସ୍ଥା ଦେଖାଦେଇଛି। ଗତ ଦୁଇ ମାସ ଧରି ଦେଶବାସୀ ମହାମାରୀ ଯୋଗୁ ତ୍ରାହି ତ୍ରାହି ଡାକୁଥିବା ବେଳେ ଏଯାଏ ଦେଶର ୧୦% ଲୋକଙ୍କୁ ବି ଟିକାକରଣ କରାଯାଇ ପାରିନାହିଁ। ଆମଠାରୁ କମ୍‌ ଆୟର ବାଂଲାଦେଶ, ମଧ୍ୟମ ଆୟର ବ୍ରାଜିଲ ଏବଂ ଉଚ୍ଚ ଆୟର ଚାଇନା ଓ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ସବୁ ନାଗରିକଙ୍କୁ ମାଗଣାରେ ଟିକାକରଣ କରୁଥିବା ବେଳେ ଆମ ସରକାର ଏଯାଏ ଦେଶର ସବୁ ନାଗରିକଙ୍କୁ ମାଗଣାରେ ଟିକାକରଣ କରିବା ପାଇଁ ଘୋଷଣା କରିବାକୁ ସାହସ ଦେଖାଇ ନାହାନ୍ତି।
ଗତ ବଜେଟ୍‌ରେ ଟିକାକରଣ ପାଇଁ କେନ୍ଦ୍ର ସରକାର ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ଏଯାଏ ମାତ୍ର ୫ ହଜାର କୋଟି ହିଁ ବ୍ୟୟ କରିଛନ୍ତି। ଯଦି ସରକାର ପ୍ରତ୍ୟେକ ଡୋଜ୍‌ ପିଛା ୧୫୦ ଟଙ୍କାରେ ଟିକା କିଣନ୍ତି ତା’ହେଲେ ବଜେଟ୍‌ରେ ଅନୁମୋଦିତ ଅର୍ଥରେ ଦେଶର ଶହେ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରିହେବ। କିନ୍ତୁ ସରକାର ଓଲଟା ସମସ୍ତଙ୍କୁ ଟିକାକରଣ କରିବାର ଦାୟିତ୍ୱରୁ ଓହରିଯାଇ ତାକୁ ରାଜ୍ୟ ସରକାରଙ୍କ ଉପରେ ଲଦି ଦେଇଛନ୍ତି। ମହାମାରୀ ଓ ଲକ୍‌ଡାଉନ୍‌ ଫଳରେ ଆର୍ଥିକ ଦୁରବସ୍ଥାରେ ଥିବା ରାଜ୍ୟ ସରକାରଙ୍କ ଉପରେ ଟିକାକରଣର ଏହି ଭାର ବେଡ଼ି ଉପରେ କୋରଡ଼ା ମାଡ଼ ପରି ହେବ। ଏପରି ହେଲେ ଆଗାମୀ ଦିନରେ ୟୁପି, ବିହାର ପରି ଦେଶର ଆଠଟି ଗରିବ ରାଜ୍ୟକୁ ସେମାନଙ୍କ ମୋଟ ବଜେଟ୍‌ର ଏକ ତୃତୀୟାଂଶ କେବଳ ଟିକାକରଣ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ। ଗୋଟିଏ ଦେଶ, ଗୋଟିଏ ନିୟମର କଥା କହୁଥିବା ସରକାର ଏବେ ଟିକା ପାଇଁ ତିନୋଟି ଦର ଧାର୍ଯ୍ୟ କରିଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ତା’ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍‌ଡ ଟିକାକୁ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଦେଉଥିବା ବେଳେ ରାଜ୍ୟ ସରକାରଙ୍କୁ ୩୦୦ଟଙ୍କାରେ ଏବଂ ଘରୋଇ ହସ୍‌ପିଟାଲଗୁଡ଼ିକୁ ୬୦୦ ଟଙ୍କାରେ ଯୋଗାଉଛି। ଟିକାର ଏଭଳି ଭିନ୍ନ ଭିନ୍ନ ଦାମ୍‌ ପଛରେ କୌଣସି ତର୍କସଙ୍ଗତ କାରଣ ନୁହେଁ ବରଂ ଟିକା ବିକ୍ରି ଜରିଆରେ କମ୍ପାନୀଗୁଡ଼ିକୁ ବିପୁଳ ମୁନାଫା ପହଞ୍ଚାଇବା ଏକମାତ୍ର ଉଦ୍ଦେଶ୍ୟ ହୋଇଯାଇଛି। ଏହି କାରଣରୁ ହିଁ ଟିକା ଉପତ୍ାଦନ ପାଇଁ ଦେଶରେ ମାତ୍ର ଦୁଇଟି କମ୍ପାନୀକୁ ହିଁ ଅନୁମତି ଦିଆଯାଇଛି। ଯଦି ଏଥିପାଇଁ ଅଧିକ କମ୍ପାନୀକୁୁ ଅନୁମତି ଦିଆଯାଆନ୍ତା, ତା’ହେଲେ ଖୁବ୍‌ କମ୍‌ ସମୟରେ ଅଧିକ ଉପତ୍ାଦନ ହୋଇପାରନ୍ତା ଏବଂ ଅଧିକ ଲୋକଙ୍କୁ ଯଥାଶୀଘ୍ର ଟିକା ଦିଆଯାଇ ପାରନ୍ତା। ଅତଏବ କରୋନା ବିରୋଧରେ ଲଢ଼େଇକୁ ସଫଳ କରିବାକୁ ହେଲେ ଦେଶରେ ସାର୍ବଜନୀନ ଟିକାକରଣ ଅତ୍ୟନ୍ତ ଜରୁରୀ। ଟିକାକରଣ ଏକ ସୁଯୋଗ ହେବା ପରିବର୍ତ୍ତେ ସମସ୍ତଙ୍କ ଅଧିକାର ହେବାକୁ ହେଲେ ଦେଶର ପ୍ରତ୍ୟେକ ନାଗରିକକୁ ମାଗଣାରେ ଟିକାକରଣ କରିବା ଆବଶ୍ୟକ।
bhalachandra.odisha@gmail.com
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri