Categories: ଫୁରସତ

ହାରିବାନି ହରାଇବା

ଅପସ୍ମାର ଭଳି ସମସ୍ୟା କ୍ଷେତ୍ରରେ ସଚେତନତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିକିତ୍ସକମାନେ ମତପୋଷଣ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଫେବୃୟାରୀ ମାସର ଦ୍ୱିତୀୟ ସୋମବାରକୁ ଅନ୍ତର୍ଜାତୀୟ ଅପସ୍ମାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଫେବୃଆରୀ ୧୨ ତାରିଖରେ ପଡୁଛି।
ହେଉଛି ମସ୍ତିଷ୍କର ଏକ କ୍ରୋନିକ ଅଣ-ସଂକ୍ରାମକ ସମସ୍ୟା, ଯାହା ସାରା ବିଶ୍ୱରେ ପ୍ରାୟ ୫୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହି ସମସ୍ୟା ଯୋଗୁ ବେଳେବେଳେ ଚେତନାଶକ୍ତି ହରାଇବା ସ୍ଥିତି ସୃଷ୍ଟି ହୋଇଥାଏ। ସମସ୍ୟା ଭୋଗୁଥିବା ବ୍ୟକ୍ତି ଯେକୌଣସି ସ୍ଥାନରେ ଚେତନା ହରାଉଥିବାରୁ ସଙ୍କଟଜନକ ଅବସ୍ଥା ଦେଖାଦେଇଥାଏ। ବିଭିନ୍ନ ଶାରୀରିକ ସମସ୍ୟାର ସମାଧାନ କ୍ଷେତ୍ରରେ ସଚେତନତାକୁ ହିଁ ନିଦାନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ଗ୍ରହଣ କରାଯାଇଥାଏ। ଏହିି ସମସ୍ୟା ବିରୋଧ ଲଢ଼େଇରେ ନ ହାରି ଏହାକୁ ହରାଇବା ଜରୁରୀ। ଦିବସ ପାଳନ ଅବସରରେ ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଅପସ୍ମାର ମାନସିକ ସମସ୍ୟାର ନିଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ।

ଏହି ଦିନ ସିଗ୍ନେଚର୍‌ ଅଭିଯାନ ସହ ଉକ୍ତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବେଲୁନ ଉଡ଼ାଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କିଭଳି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ସେନେଇ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥାଏ। ଏହି ସମସ୍ୟାର ଲକ୍ଷଣ ଏବଂ ସେସବୁର ନିରାକରଣ କ୍ଷେତ୍ରରେ ଉପଯୋଗୀ ଚିକିତ୍ସା ଜ୍ଞାନକୌଶଳ ମାଧ୍ୟମ ବିଷୟରେ ମଧ୍ୟ ଅବଗତ କରାଯାଇଥାଏ।

Share