Categories: ଜାତୀୟ

ପରିବାର ଶାନ୍ତି ପାଇଁ ଚିକିତ୍ସା ନ କରିବା ଜୀବନସାଥୀଙ୍କ ପ୍ରତି କ୍ରୁରତା, ଛାଡ଼ପତ୍ର ନିଷ୍ପତ୍ତିକୁ କାଏମ୍‌ ରଖିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୨୯।୧ : ଶାରୀରିକ ସମସ୍ୟାର ଚିକିତ୍ସା ନ କରିବା ମଧ୍ୟ ଜୀବନସାଥୀଙ୍କ ପ୍ରତି କ୍ରୁରତା। ଏହା ଦ୍ୱାରା ପରିବାରର ଶାନ୍ତି ବ୍ୟହତ ହୋଇଥାଏ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଦାମ୍ପତ୍ୟ ଜୀବନରେ ସନ୍ତୁଳନ ଏଭଳି ଘଟଣା ଦ୍ୱାରା ବିଗିଡ଼ି ଯାଇଥାଏ। ଏହା ସହିତ କୋର୍ଟ ପରିବାର ଅଦାଲତର ଛାଡ଼ପତ୍ର ନିଷ୍ପତ୍ତିକୁ କାଏମ୍‌ ରଖିଛନ୍ତି।

ବିଚାରପତି ଏ. ମହମ୍ମଦ ମୁସ୍ତାକ ଏବଂ ସୋଫି ଥୋମାସ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଛାଡ଼ପତ୍ର ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି।

୧୯୮୮ ଅକ୍ଟୋବରରେ ହୋଇଥିବା ଏକ ବିବାହ ହୋଇଥିଲା। ଦମ୍ପତିଙ୍କର ୨ ଜଣ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ। ସ୍ତ୍ରୀଙ୍କ ବିରୋଧରେ ସ୍ବାମୀ ଅଭିଯୋଗ ଆଣିଥିଲେ। ସ୍ତ୍ରୀଙ୍କର ମାନସିକ ସମସ୍ୟାର ଚିକିତ୍ସା ଇଞ୍ଜିୟର ସ୍ବାମୀ କରିବା ଲାଗି ବାରମ୍ବାର ଡାକ୍ତରଙ୍କ ପାଖକୁ ନେଇଥିଲେ।

ମାତ୍ର ସ୍ତ୍ରୀ ଚିକିତ୍ସା ଲାଗି କୌଣସି ଆଗ୍ରହ ପ୍ରକାଶ କରି ନ ଥିଲେ। ବରଂ ସେ ସ୍ବାମୀଙ୍କୁ ଧମକଚମକ ଦେବା ସହ ରାତିରେ ଶୋଇଥିବା ସମୟରେ ଗଳାକାଟି ହତ୍ୟା କରିବାକୁ ଭୟଭୀତ କରାଉଥିଲେ। ଏହା ଦ୍ୱାରା ପାରିବାରିକ ଶାନ୍ତି ବ୍ୟହତ ହେବା ସହିତ ସ୍ବାମୀ ଏବଂ ଦୁଇ କନ୍ୟା ଆତଙ୍କିତ ଅବସ୍ଥାରେ ରହୁଥିଲେ।

ଏନେଇ ସ୍ବାମୀ ପରିବାର ଅଦାଲତର ଆଶ୍ରୟ ନେଇଥିଲେ। ଅଦାଲକ ସ୍ବାମୀଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ସ୍ତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ମାମଲାକୁ ଭଲଭାବେ ଯାଞ୍ଚ୍‌ କରିବା ପରେ ପାରିବାରିକ ଅଦାଲତଙ୍କ ରାୟକୁ କାଏମ୍‌ ରଖିଥିଲେ।

Share