ମୁମ୍ବାଇ: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରେ କେବଳ ଜଣେ ହିରୋଇନଙ୍କ ନାମ ଚର୍ଚ୍ଚାରେ। ସେ ହେଉଛନ୍ତି ‘ପୁଷ୍ପା’ର ଶ୍ରୀବଲି ’ ଅଭିନେତ୍ରୀ ରଶ୍ମିକା ମନ୍ଦନା। ‘ପୁଷ୍ପା ୨’ ମାଧ୍ୟମରେ ଆଲୁ ଅର୍ଜୁନଙ୍କ ସହ ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି ରଶ୍ମିକା। ତେବେ ଏହି ଫିଲ୍ମ ବ୍ୟତୀତ ଏବେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ସେ ଖୋଲାଖୋଲି ସ୍ବୀକାର କରି ନ ଥିଲେ ମଧ୍ୟ ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ।
ଦୀର୍ଘ ଦିନ ହେଲାଣି ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ ନାଁ ଯୋଡା ଯାଉଛି। ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ଏବଂ ପ୍ରଶଂସକ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଫିଲ୍ମରେ ଦୁହିଁଙ୍କ ରୋମାନ୍ସକୁ ପସନ୍ଦ କରାଯିବା ପରେ ଅସଲ ଜୀବନରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଛି। ଏମଧ୍ୟରେ ରଶ୍ମିକାଙ୍କ ‘କ୍ରସ’ କିଏ, ତାହା ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ତାଙ୍କୁ ତାଙ୍କ ‘କ୍ରସ’ କିଏ ପଚରାଯାଇଥିବା ବେଳେ ସେ ବିଜୟ ଦେବରକୋଣ୍ଡାଙ୍କ ନାମ ନ ନେଇ ଥାଲପତି ବିଜୟଙ୍କ ନାମ ନେଇଥିଲେ।