Categories: ଫୁରସତ

କାର୍‌ ଚଳାଇବେ ବେଳେ ହେଲ୍‌ମେଟ ନ ପିନ୍ଧିବାରୁ…

ସହାରନପୁର, ୧୫।୭- ବାଇକ୍‌ ଚଳାଉଥିବାବେଳେ ହେଲ୍‌ମେଟ୍‌ ନ ପିନ୍ଧିଲେ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରିଥାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତର ପ୍ରଦେଶର ସହରାନପୁର ସହରରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ କାର୍‌ ଚାଳକଙ୍କୁ ଟୁହ୍ବିଲର ଦର୍ଶାଇ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଅଭିଯୋଗରେ ଜରିମାନା ଆଦାୟ କରିଛି ସ୍ଥାନୀୟ ପୋଲିସ। ଏହାକୁ ସରଳ ଭାଷାରେ ବୁଝାଇ କହିଲେ, ହେଲ୍‌ମେଟ୍‌ ପିନ୍ଧି ନ ଥିବା ଅଭିଯୋଗରେ ଜଣେ କାର୍‌ ଚାଳକଙ୍କଠାରୁ ପୋଲିସ ଜରିମାନା ଆଦାୟ କରିଛି। ଜରିମାନା ବାବଦକୁ କାର୍‌ ଚାଳକ ଜଣଙ୍କ ୩ ହଜାର ଟଙ୍କା ଚାଲାଣ କାଟିଥିବା ଜଣାପଡ଼ିଛି। ତେବେ କାର୍‌ ଚାଳକ ଯେତେବେଳେ ଘରେ ପହଞ୍ଚତ୍ଲେ ତାଙ୍କ ମୋବାଇଲକୁ ଟ୍ରାଫିକ ପୋଲିସ ବିଭାଗରୁ ଏକ ମେସେଜ ଆସିଥିଲା। ଯେଉଁଥିରେ ଜରିମାନାର କାରଣ ଉଲ୍ଲେଖ ରହିଥିଲା। ସେହି ବ୍ୟକ୍ତି ଜଣଙ୍କ କେଉଁ କାରଣ ଲାଗି ଜରିମାନା ଦେଇଛନ୍ତି ମେସେଜରେ ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କଠାରୁ ହେଲ୍‌ମେଟ୍‌ ନ ପିନ୍ଧିବା ଅଭିଯୋଗରେ ଜରିମାନା କରାଯାଇ ସେ ଜାଣିବାକୁ ପାଇଲେ। ଘଟଣାରୁ ଜଣାପଡ଼ିଛି ଯେ କାର୍‌ ଚାଳକ ଜଣଙ୍କ ସ୍ତ୍ରୀଙ୍କ ସହିତ ଯାଉଥିବାବେଳେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲା। କିନ୍ତୁ ମେସେଜରେ ହେଲ୍‌ମେଟ୍‌ ନ ପିନ୍ଧିଥିବା ଦର୍ଶାଯାଇଛି।

Share