Categories: ଜାତୀୟ

ନଭେମ୍ବର ୨ରୁ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୧୪।୧୦: ଚାରିଚକିଆ ଗାଡିରେ ବସୁଥିଲେ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ନଭେମ୍ବର ୨ ତାରିଖରୁ ଏହି ନିୟମକୁ କଡାକଡି ପାଳନ କରିବାକୁ ମୁମ୍ବାଇ ପୋଲିସ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛି। ମୁମ୍ବାଇ ସହରର ସମସ୍ତ ମୋଟର ଯାନ ଡ୍ରାଇଭର ଏବଂ ଯାନବାହାନରେ ଯାତାୟାତ କରୁଥିବା ଯାତ୍ରୀ ଯାତ୍ରା କରିବା ସମୟରେ ସିଟ୍‌ ବେଲ୍ଟ ପିନ୍ଧିବାକୁ ନିୟମ କରାଯାଇଛି। ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ମୋଟର ଯାନ (ସଂଶୋଧନ) ଅଧିନିୟମ, ୨୦୧୯ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ମୁମ୍ବାଇ ପୋଲିସ କହିଛି।
ଅନ୍ୟପଟେ, ଯେଉଁ ଯାନବାହାନରେ ଯାତ୍ରୀଙ୍କ ପାଇଁ ସିଟ୍‌ ବେଲ୍ଟ ସୁବିଧା ନାହିଁ, ସେମାନେ ନଭେମ୍ବର ୨ ସୁଦ୍ଧା ସିଟ୍‌ ବେଲ୍ଟ କରେଇଦେବାକୁ ମୁମ୍ବାଇ ପୋଲିସ ନିର୍ଦ୍ଦେଶ ଦେଇଛି। ଗତ ମାସରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଚାରିଚକିଆ ଗାଡିରେ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ।

Share