Categories: ଖେଳ

ନଟ୍‌ ୟେଟ୍‌ ଚାମ୍ପିୟନ୍‌

ଭୁବନେଶ୍ୱର, ୨୭ା୬, (ସରୋଜ ଜେନା): ଓସ୍କାର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ୩ ଦିନିଆ ଆମ୍ବେଡକର ମେମୋରିଆଲ୍‌ ସିକ୍ସ ଏ ସାଇଡ୍‌ ଫୁଟବଲ ଟୁର୍ନାମେଣ୍ଟରେ ନଟ୍‌ ୟେଟ୍‌ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ୨୩ରୁ ୨୫ ଜୁନ୍‌ ଯାଏ ୟୁନିଟ୍‌-୮ସ୍ଥିତ ରାଜଭବନ ଫୁଟବଲ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଇଥିଲା। ରବିବାର ଅନୁଷ୍ଠିତ ଫାଇନାଲରେ ଏସ୍‌ଜିଓ ଟିମ୍‌କୁ ପରାସ୍ତ କରି ନଟ୍‌ ୟେଟ୍‌ କ୍ଲବ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ କର୍ପୋରେଟର ସମିତା ମହାନ୍ତି ଯୋଗ ଦେଇଥିଲେ।

Share