ଉଲ୍ଲେଖନୀୟ କାର୍ଯ୍ୟ: ରାଜ୍ୟରେ ମାଲକାନଗିରି ପ୍ରଥମ

ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ଯୋଜନା ଓ ସଂଯୋଜନ ବିଭାଗରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ମାଲକନଗିରି ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲକରି ଶନିବାର ପୁରସ୍କୃତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଉପସ୍ଥିତିରେ ଜିଲାକୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲା ଯୋଜନା ଓ ସଂଯୋଜନ ବିଭାଗ ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ପୁରସ୍କାର ଗ୍ରହଣ କରିଥିଲେ। ତେବେ ଜିଲା ପ୍ରଶାସନର ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ଏହି ପୁରସ୍କାର ମିଳିଥିବା ଜଣାପଡିଛି।