Categories: ଖେଳ

ରୋହିତ ଆଣ୍ଡ କମ୍ପାନୀ ଉପରେ ନୋଟ ବର୍ଷା, ୧୦-୨୦ ନୁହେଁ ବିସିସିଆଇ ଦେଲା ୧୨୫ କୋଟି

ନୂଆଦିଲ୍ଲୀ,୩୦।୬: ଟି -୨୦ ବିଶ୍ୱକପ ଜିତିବା ପରେ ବିସିସିଆଇ ଭାରତୀୟ ଦଳ ଉପରେ ନୋଟ ବର୍ଷା କରିଛି। ଭାରତୀୟ ବୋର୍ଡ ଟିମ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଶନିବାର ରାତିରେ ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଟ୍ରଫି ଜିତିଛି। ସମଗ୍ର ଟୁର୍ନାମେଣ୍ଟରେ ଅପରାଜିତ ରହି ଭାରତୀୟ ଦଳ ଟାଇଟଲ ଜିତିଛି। ଟି -୨୦ ରେ ଏହା ହେଉଛି ଭାରତର ଦ୍ୱିତୀୟ ବିଶ୍ୱକପ ଟ୍ରଫି । ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି -୨୦ ବିଶ୍ୱକପ ଜିତିଥିଲା।

ରବିବାର ସାରେ ଟି-୨୦ ବିଶ୍ୱକପ ବିଜେତା ଦଳ ପାଇଁ ବିସିସିଆଇ ସଚିବ ଜୟ ଶାହା ପୁରସ୍କାର ରାଶି ଘୋଷଣା କରିଛନ୍ତି। ଜୟ ଶାହା ଟୁଇଟ କରି କହିଛନ୍ତି, ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ଜିତିବାରେ ଟିମ ଇଣ୍ଡିଆ ପାଇଁ ୧୨୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରି ମୁଁ ଖୁସି। ଦଳ ଟୁର୍ଣ୍ଣାମେଣ୍ଟରେ ଅତୁଳନୀୟ ପ୍ରତିଭା, ନିଷ୍ଠା ଏବଂ କ୍ରୀଡ଼ା ଭାବନାକୁ ପ୍ରଦର୍ଶନ କରିଛି । ଏହି ଉତ୍କୃଷ୍ଟ ସଫଳତା ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ଅଭିନନ୍ଦନ! ’

Share