ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍‌ ବୁକ୍‌, ଶିକ୍ଷକ କ’ଣ ପଢାଉଛନ୍ତି ଏଥିରେ ରହିବ ଉଲ୍ଲେଖ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍‌ ବୁକ୍‌ ଦିଆଯିବ। ଯେଉଁଥିରେ କି ପିଲାଙ୍କୁ ହୋମ୍‌ ଓ୍ବାର୍କ କ’ଣ ଦିଆଯାଉଛି ଏବଂ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ତାହା ଉଲ୍ଲେଖ ରହିବ। ଫଳରେ ଅଭିଭାବକମାନେ ପିଲାର ପାଠପଢ଼ା ବିଷୟରେ ଜାଣିପାରିବେ। ଏନେଇ  ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ବଜେଟରେ ଶିକ୍ଷାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି। ଆଗରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଡ୍ରେସ୍‌ ମାଗଣା ଦିଆଯାଉଥିବା ବେଳେ ଏବେ ୧୦ ପର୍ଯ୍ୟନ୍ତ ସ୍କୁଲ ଡ୍ରେସ୍‌ ମାଗଣା ଦିଆଯିବ।

Share