Categories: ଜାତୀୟ

ପଦ୍ମ ବିଭୁଷଣରେ ସମ୍ମାନୀତ ଐତିହାସିକ-ଲେଖକ ବାବାସାହେବ ପୁରନ୍ଦରେଙ୍କ ପରଲୋକ

ପୁଣେ,୧୫ ।୧୧: ଜଣାଶୁଣା ଐତିହାସିକ ଓ ଲେଖକ ବାବସାହେବ ପୁରନ୍ଦରେଙ୍କର ସୋମବାର ସକାଳେ ପୁଣେର ଦିନାନାଥ ମଙ୍ଗେସକର ମେମୋରିୟାଲ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ବାବାସାହେବ ପୁରନ୍ଦରେଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ସେ ଭେଣ୍ଟିଲେଟରେ ଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୂଚନାଯୋଗ୍ୟ, ସେ ଗାଧୁଆ ଘରେ ପଡିଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାବାସାହେବ ପୁରନ୍ଦରେ ଶିବାଜୀ ମହାରାଜଙ୍କ ଉପରେ ଗବେଷଣା କରି କିଛି ପୁସ୍ତକ ରଚନା କରିଥିଲେ । ସେ ଜଣେ ଥିଏଟର କଳାକାର ବି ଥିଲେ ।

Share