Categories: ଜାତୀୟ

‘କିଛି ଲୁଚାଇବାର ନାହିଁ’

ଥିରୁଭାନନ୍ତପୁରମ,୨୨।୩: ଯୌନ ନିର୍ଯାତନା ପୀଡ଼ିତା ତଥା ଟଲିଉଡ୍‌ ଅଭିନେତ୍ରୀ ଭାବନା ମେନନଙ୍କୁ କେରଳର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରତାଳି ସହ ସ୍ବାଗତ କରାଯାଇଥିଲା। ୨୦୧୭ରେ ଯୌନ ନିର୍ଯାତନା ମାମଲା ପରେ ସେ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ସାମ୍ନାକୁ ଆସିଥିଲେ। ଉଲ୍ଲେଖଯୋଗ୍ୟ, ୫ ବର୍ଷ ତଳେ ସେ ଶୁଟିଂ ଶେଷ କରି ଫେରୁଥିବା ବେଳେ ଏକ ଗ୍ୟାଙ୍ଗ ତାଙ୍କୁ ଅପହରଣ କରି ନେଇ ଯୌନ ନିର୍ଯାତନା ଦେଇଥିଲା। ଏହି ମାମଲାର ଶୁଣାଣି ଏବେ କୋର୍ଟରେ ଚାଲିଛି। ଆଉ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭାବନାଙ୍କ ସହ ୬ରୁ ୮ ଫିଲ୍ମ କରିଥିବା ସାଥି କଳାକାର ତଥା କେରଳର ଜଣାଶୁଣା ଅଭିନେତା ଦୀଲିପ।

ଅଭିନେତ୍ରୀ ଭାବନା ୨୦୧୭ ପରେ ପ୍ରଥମ ଥର ପାଇଁ ମାଲାୟଲମ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ତାଙ୍କର ନୂଆ ଫିଲ୍ମର ଶୁଟିଂ ଆସନ୍ତା ମେ’୩ରେ ଆରମ୍ଭ ହେବ।

“ଯୌନ ନିର୍ଯାତନା ପୀଡ଼ିତାଙ୍କ ପାଇଁ ଆମ ବାର୍ତ୍ତା ପୂରା ସ୍ପଷ୍ଟ। ଆମକୁ ଲଢ଼େଇ କରବାକୁ ପଡ଼ିବ। ଭାବନା କିଛି ଭୁଲ କରିନାହାନ୍ତି, ଯାହାକୁ ସେ ଲୁଚାଇବେ। ଲଜିତ ହେଲା ଭଳି କୌଣସି କାର୍ଯ୍ୟ ସେ କରି ନାହାନ୍ତି। ସେ ଜଣେ ପେଶାଦାର ଅଭିନେତ୍ରୀ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଅଛି” ବୋଲି ଆଇଏଫ୍‌ଏଫ୍‌କେ ଆର୍ଟିଷ୍ଟିକ ଡିରେକ୍ଟର ବୀନା ପଲ କହିଛନ୍ତି।

Share