Categories: ଜାତୀୟ

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା କ୍ଷମତାକୁ ନେଇ ବିବାଦ ଦେଖାଦେଇଥିବାବେଳେ ଉପଯୁକ୍ତ କ୍ଷେତ୍ର ପରୀକ୍ଷା କରାଯାଇ ନ ଥିବା ଅଭିଯୋଗ ହୋଇଛି।

ନାନୋ ୟୁରିଆ ବ୍ୟବହାର ଦ୍ୱାରା ଉତ୍ପାଦନ କମୁଥିବାରୁ ଅଧିକାଂଶ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜ୍ଞପ୍ତିରେ ନାନୋ ୟୁରିଆ(ତରଳ)୧୬ର ସବିଶେଷ ବିବରଣୀ ଦିଆଯାଇଛି। ସାର ଉତ୍ପାଦନ ଓ ବିପଣନରେ ସମ୍ପୃକ୍ତ ଇଫକୋ ପକ୍ଷରୁ ଏହି ସାର ପ୍ରସ୍ତୁତ କରାଯାଉଛି। ନାନୋ ୟୁରିଆ ବ୍ୟବହାରରେ ଫସଲ ଉତ୍ପାଦନ ବଢ଼ିବା ସହ ସ୍ଥାୟୀ ଫାର୍ମିଂକୁ ପ୍ରୋତ୍ସାହିତ କରିବ ଏବଂ ସାର ସବ୍‌ସିଡ୍‌ ବଞ୍ଚାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Share