ଭୁବନେଶ୍ୱର, ୩।୨: ରାଜ୍ୟର ୩ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଗୁଡ଼ିକ ହେଲା କଟକ ମଧୁସୂଦନ ଲ’ ୟୁନିଭର୍ସିଟି, ଭବାନୀପାଟଣାର କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ। ପ୍ରାର୍ଥୀମାନେ ଆସନ୍ତା ୨୫ ତାରିଖ ମଧ୍ୟରେ ଏହି ୩ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପାଇଁ ଆବଶ୍ୟକ ତଥ୍ୟ ଦେଇ ଆବେଦନ କରିପାରିବେ। ୨୫ତାରିଖ ସୁଦ୍ଧା ବିଭାଗ ପାଖରେ ଆବେଦନ ପତ୍ର ପହଞ୍ଚତ୍ବା ଆବଶ୍ୟକ ବୋଲି କୁହାଯାଇଛି।