ବଜରଙ୍ଗବାଲୀଙ୍କୁ ନୋଟିସ, ବେଆଇନ ଜମି ଦଖଲ ନେଇ ରେଳ ବିଭାଗର ଅଭିଯୋଗ…

ଭୋପାଳ,୧୨।୨ : ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କୁ ବିଭାଗ ନୋଟିସ ଜାରି କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିଜ୍ଞପ୍ତିରେ ରେଳବାଇ ବଜରଙ୍ଗ ବାଲୀଙ୍କୁ ସାତ ଦିନ ମଧ୍ୟରେ ଜବର ଦଖଲ ହଟାଇବାକୁ କହିଛି।

ଏହା ସହିତ ରେଳବାଇ ପକ୍ଷରୁ ଏକ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଯଦି ଜବର ଦଖଲ ହଟା ନ ଯାଏ, ତେବେ ରେଳବାଇ ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ବଜରଙ୍ଗବାଲୀଙ୍କୁ ଜେସିବି ଇତ୍ୟାଦି ଖର୍ଚ୍ଚ ପୈଠ କରିବାକୁ ପଡିବ।

ଗ୍ବାଲିୟର-ଶ୍ୟୋପୁର ବ୍ରଡ ଗଜ ଲାଇନର କାର୍ଯ୍ୟ ଚାଲିଛି ଏବଂ ମୋରେନା ଜିଲାର ସାବଲଗଡ ତହସିଲର ବ୍ରଡ ଗଜ ଲାଇନ ମଧ୍ୟରେ ହନୁମାନ ଜୀଙ୍କର ଏକ ମନ୍ଦିର ଆସୁଛି। ଏହା ମଧ୍ୟ କୁହାଯାଉଛି ଯେ ଏହି ମନ୍ଦିର ରେଳବାଇ ଜମିରେ ନିର୍ମିତ। ସେଥିପାଇଁ ରେଳ ବିଭାଗ ପକ୍ଷରୁ ଭଗବାନ ହନୁମାନଙ୍କୁ ଏହି ଅଜବ ନୋଟିସ ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ ରେଳ ବିଭାଗ ହନୁମାନ ଜୀଙ୍କୁ ଚିଠି ଲେଖିଛି ଯେ ଆପଣ ଘର ନିର୍ମାଣ କରି ରେଳବାଇ ଜମି ଜବର ଦଖଲ କରିଛନ୍ତି। ସୋସିଆଲ ମିଡିଆରେ ରେଳବାଇର ନୋଟିସ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରେଳବାଇର ଚିଠିରେ ଲେଖା ଅଛି, ଆପଣ ସାବଲଗଡର ମଧ୍ୟଭାଗରେ ଏକ ଘର ନିର୍ମାଣ କରି ରେଳବାଇ ଜମି ଜବର ଦଖଲ କରିଛନ୍ତି। ତେଣୁ, ଏହି ବିଜ୍ଞପ୍ତିର ସାତ ଦିନ ମଧ୍ୟରେ ରେଳବାଇ ଜମିରେ ହୋଇଥିବା ଅତିକ୍ରମଣ ହଟାନ୍ତୁ ଏବଂ ରେଳବାଇ ଜମି ଖାଲି କରନ୍ତୁ। ବଜରଙ୍ଗବାଲୀଙ୍କୁ ଦିଆଯାଇଥିବା ଏହି ବିଜ୍ଞପ୍ତିର ଏକ ନକଲ ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟର ଗ୍ବାଲିୟର ଏବଂ ଜିଆରପି ଷ୍ଟେଶନ ଦାୟିତ୍ୱରେ ଥିବା ଥାନା ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଯାଇଛି।

୮ ଫେବୃଆରୀରେ ସାବଲଗଡରେ ଅବସ୍ଥିତ ବଜରଙ୍ଗ ବାଲୀଙ୍କ ନାମରେ ଝାନ୍ସୀ ରେଳ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର ଜୌରା ଆଲାପୁରଙ୍କ ତରଫରୁ ରେଳବାଇ ନୋଟିସ ଜାରି କରାଯାଇଛି। ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହାର ସତ୍ୟତା ଜାଣିବା ପାଇଁ ଝାନ୍ସୀ ରେଳ ବିଭାଗର ଜନସମ୍ପର୍କ ଅଧିକାରୀ ମନୋଜ ମାଥୁରଙ୍କ ସହ ଯୋଗାଯୋଗ କରାଯିବା ପରେ ସେ ଏହାକୁ ପ୍ରଥମେ ରେଳବାଇର ଏକ ସାଧାରଣ ପ୍ରକ୍ରିୟା ବୋଲି କହିଥିଲେ। ଏଥି ସହିତ, ପରେ କହିଥିଲେ ଯେ ଏହି ନୋଟିସ ସମ୍ପୂର୍ଣ୍ଣ ଠିକ ଅଟେ। ଏଥି ସହ ସେ କହିଛନ୍ତି ଯେ ଭୁଲରେ ଭଗବାନ ବଜରଙ୍ଗବାଲୀଙ୍କ ନାମ ମନ୍ଦିରର ମାଲିକଙ୍କ ବଦଳରେ ନୋଟିସରେ ଲେଖାଯାଇଛି, ଏହାକୁ ସଂଶୋଧନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ...

ଅଧୁରା ରହିଗଲା ମନମୋହନଙ୍କ ଏହି ଇଚ୍ଛା…ଚାହିଁଲେ ବି ଏହି ଘୋଟାଲାରେ କୋର୍ଟ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିଲେ ନାହିଁ

ନୂଆଦିଲ୍ଲୀ,୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୨୬ ଡିସେମ୍ବର ୨୦୨୪ରେ ୯୨ ବର୍ଷରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଦେଶର ରାଜନୈତିକ ତଥା ଅର୍ଥବ୍ୟବସ୍ଥାରେ...

ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ...

ହିମାଚଳରେ ପ୍ରବଳ ତୁଷାରପାତ

ଶିମ୍‌ଲା,୨୯।୧୨: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ସୋଲାଙ୍ଗ ନାଲାରେ ପ୍ରବଳ ତୁଷାରପାତ ଯୋଗୁ ମନାଲି-ଲେହ ରାଜପଥରେ ୮,୦୦୦ ପର୍ଯ୍ୟଟକ ଏବଂ ୧,୫୦୦ ଗାଡ଼ି ଫସିରହିଥିଲେ। ହିମାଚଳ...

ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ…

ଚେନ୍ନାଇ, ୨୯।୧୨: ତାମିଲନାଡ଼ୁର ତିରୁଭନ୍ନାମଲାଇ ଗିରିବଲମସ୍ଥିତ ଏକ ଘରୋଇ ହୋଟେଲରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣକ ମୃତଦେହ ଜବତ କରିଛି। ମୃତକଙ୍କ ମଧ୍ୟରେ...

୨ ଶ୍ରମିକଙ୍କ ଉପରେ ମାଡ଼ିଗଲା ଅଭିନେତ୍ରୀଙ୍କ କାର

ମୁମ୍ବାଇ, ୨୯।୧୨: ମୁମ୍ବାଇର କାନ୍ଦିଓ୍ବଲିରେ ଲୋକପ୍ରିୟ ମରାଠୀ ଅଭିନେତ୍ରୀ ଊର୍ମିଳା କୋଠାରେଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଊର୍ମିଳାଙ୍କ ଡ୍ରାଇଭର ଦ୍ରୁତ ଗତିରେ...

୩୧ ସୁଦ୍ଧା ଡାଲଓ୍ବୋଲଙ୍କୁ ହସ୍ପିଟାଲ ନିଅ

ନୂଆଦିଲ୍ଲୀ,୨୯।୧୨(ପି.ଟି.): ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ମାସେ ହେଲା ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲଙ୍କ ଜୀବନ ଓ ସ୍ବାସ୍ଥ୍ୟାବସ୍ଥାକୁ ନେଇ...

କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍‌ ପରିବହନ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ବିମାନ, ଟ୍ରେନ୍‌ ସମେତ ସଡ଼କ ପରିବହନ ବାଧାପ୍ରାପ୍ତ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri