ଜିଲା ପରିଷଦ ପ୍ରାର୍ଥୀଙ୍କୁ ନୋଟିସ

କେନ୍ଦୁଝର,୧୩ା୨(ସ୍ବ.ପ୍ର.): ପ୍ରାର୍ଥିପତ୍ର ଦାଖଲବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଭାଜପାର ହାଟଡିହି ବ୍ଲକ ୩୪ ନମ୍ବର ଜୋନ୍‌ର ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଉପଜିଲାପାଳ ଗୋପୀନାଥ କୁଅଁର ଆନନ୍ଦପୁର ଥାନାରେ ଏତଲା ଦେବା ପରେ ପୋଲିସ ପ୍ରାର୍ଥୀଙ୍କୁ ନୋଟିସ କରି ୧୩ ତାରିଖରେ ହାଜର ହେବାକୁ କହିଛନ୍ତି। ଏନେଇ ପୋଲିସ କେସ ନମ୍ବର ୩୪/୨୦୨୨ରେ କେସ ରୁଜୁ କରି ନୋଟିସ କରିଛି। ସେ ମିଥ୍ୟାରେ ସୋସୋ ଥାନାର ଏକ କେସରେ ଦଣ୍ଡିତ ହୋଇଥିଲେ ହେଁ ଖଲାସ ହୋଇଥିବା ସତ୍ୟପାଠରେ ଦର୍ଶାଇଥିବା ନେଇ ଅଭିଯୋଗ ପାଇ ଏତଲା ଦେଇଥିବା ଉପଜିଲାପାଳ କହିଛନ୍ତି। ଏହା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ। ସେ ଉକ୍ତ ମାମଲାରେ ଫାଇନ୍‌ ଦେଇ ନାହାନ୍ତି କିମ୍ବା ଜେଲ ଯାଇ ନାହାନ୍ତି। ଏନେଇ ପ୍ରାର୍ଥୀ ଜଣଙ୍କ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର ରଖିବାକୁ ଓକିଲଙ୍କ ଜରିଆରେ ସମୟ ନେଇଥିବା କହିଛନ୍ତି।

Share