ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। ତାଙ୍କ ପୁସ୍ତକର ଟାଇଟଲକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ। ବଲିଉଡ ବେବୋ ତାଙ୍କର ପ୍ରେଗ୍ନେସି ଜର୍ନିକୁ ନେଇ ଏକ ପୁସ୍ତକ ଲେଖିଥିଲେ, ଯାହାର ନାମ ଦେଇଥିଲେ ‘କରିନା କପୁର ଖାନ୍ସ ପ୍ରେଗ୍ନେସି ବାଇବେଲ’। ପୁସ୍ତକର ନାମରେ ବାଇବେଲ ଶବ୍ଦଥିବାରୁ ଏହା ବିରୋଧରେ ଜବଲପୁରର ଜଣେ ଖ୍ରୀଷ୍ଟିଆସ ସମାଜସେବୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ କୋର୍ଟ କରିନାଙ୍କୁ ନୋଟିସ ପଠାଇଛନ୍ତି।
ଜବଲପୁରର ଖ୍ରୀଷ୍ଟିଆନ ସାମାଜିକ କର୍ମୀ ଖ୍ରୀଷ୍ଟୋଫର ଆନ୍ଥୋନୀ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ଯେଉଁଥିରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୋର୍ଟ କରିନା କପୁର ଏବଂ ପୁସ୍ତକ ବିକ୍ରେତାଙ୍କଠାରୁ ଉତ୍ତର ମାଗିଛନ୍ତି।
ସୂଚନାଯୋଗ୍ୟ, ଜବଲପୁରର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସାମାଜିକ କର୍ମୀ ଖ୍ରୀଷ୍ଟୋଫର୍ ଆନ୍ଥୋନୀ ବିଶ୍ୱାସ କରନ୍ତି ଯେ କରିନା କପୁର କେବଳ ପୁସ୍ତକକୁ ପ୍ରୋତ୍ସାହିତ କରିବା ପାଇଁ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ନାମ ନେଇ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଏମିତି କରିଛନ୍ତି। ସେ କହିଛନ୍ତି ଯେ ବାଇବଲ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ଏବଂ କରିନା କପୁର ଖାନଙ୍କ ଗର୍ଭଧାରଣକୁ ବାଇବଲ ସହିତ ତୁଳନା କରିବା ଭୁଲ ଅଟେ। ଏହା ଦ୍ୱାରା ସେମାନଙ୍କର ଧାର୍ମିକ ଭାବନା ଆଘାତ ପାଇଛି।
ଏହି ପୁସ୍ତକ ୨୦୨୧ରେ ପ୍ରକାଶିତ ହୋଇଥିଲା ଯେଉଁଥିରେ ୪୩ ବର୍ଷିୟ ବେବୋ ତାଙ୍କ ଗର୍ଭଧାରଣ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ପରାମର୍ଶ ଦେବା ପାଇଁ ସେ ଏହି ପୁସ୍ତକ ଶେୟାର କରିଥିଲେ। ଖବର ଅନୁଯାୟୀ, ଅଭିନେତ୍ରୀଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର୍) ଦାଖଲ କରିବାକୁ ଆବେଦନକାରୀ ପୋଲିସ ନିକଟରେ ପହଞ୍ଚିଥିଲେ, କିନ୍ତୁ ଯେତେବେଳେ ସେମାନେ ମାମଲା ପଞ୍ଜିକରଣ କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ନିମ୍ନ ଅଦାଲତରେ ପହଞ୍ଚିଥିଲେ। କିନ୍ତୁ, ଯେତେବେଳେ ସେ ସେଠାରେ ମଧ୍ୟ ସଫଳ ହୋଇନଥିଲେ, ସେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ।