Categories: ଜାତୀୟ

ହିଜାବ୍‌ ମାମଲାରେ କେରଳ ସରକାରଙ୍କୁ ନୋଟିସ…

ନୂଆଦିଲ୍ଲୀ, ୨୯।୮ : ହିଜାବ ନିଷେଧ ମାମଲାରେ କର୍ନାଟକ ସରକାରଙ୍କୁ ସୁପ୍ରିମକୋର୍ଟ ସୋମବାର ନୋଟିସ ଜାରି କରିଛନ୍ତି। ସେପ୍ଟେମ୍ବର ୫ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ। ହିଜାବ ନିଷେଧାଦେଶକୁ ସମର୍ଥନ କରି କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରୋକ ଲଗାଇବାକୁ କରାଯାଇଥିବା ଆବେଦନର ବିଚାର କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି।

ବିଭିନ୍ନ ଆବେଦନକାରୀ କର୍ନାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ସ୍କୁଲ ଏବଂ କଲେଜରେ ପୋଷାକ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ମଧ୍ୟ ସରକାରୀ କର୍ମଚାରୀଙ୍କ ଉପରେ ବୈମାତୃକ ଭାବ ପୋଷଣ କରୁଥିବା ଅଭିଯୋଗ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଅଧିକାରୀମାନେ ଛାତ୍ରୀମାନଙ୍କୁ ସେମାନଙ୍କ ଅଭ୍ୟାସକୁ ଜାରି ରଖିବାକୁ ବାରଣ କରିଛନ୍ତି। ଏହାଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।

Share