Categories: ଜାତୀୟ

ପୁଣି ମମତାଙ୍କୁ ନୋଟିସ

କୋଲକାତା/ନୂଆଦିଲ୍ଲୀ,୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ଆୟୋଗଙ୍କଠାରୁ ନୋଟିସ ପାଇଛନ୍ତି। ମମତା କେନ୍ଦ୍ରୀୟ ସୁରକ୍ଷା ବଳକୁ ‘ଭାଜପାର ସିଆରପିଏଫ୍‌’ ବୋଲି କହିଥିବାରୁ ତାଙ୍କୁ ଏହି ନୋଟିସ ମିଳିଛି। ଏହାପୂର୍ବରୁ ମମତା ଟିଏମସି ସପକ୍ଷରେ ଭୋଟ ଦେବାକୁ ମୁସଲିମ ଭୋଟରଙ୍କୁ ନିବେଦନ କରିଥିବା ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ମମତାଙ୍କୁ ନୋଟିସ ପଠାଇଥିଲେ।

ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ‘ଭାଜପାର ସିଆରପିଏଫ୍‌’ ରାଜ୍ୟର ଭୋଟରଙ୍କୁ ମତଦାନ କେନ୍ଦ୍ରରେ ପ୍ରବେଶ କରିବାକୁ ବାରଣ କରୁଛି। କୁଚ ବିହାର ଜିଲାର ଏକ ରାଲିକୁ ସମ୍ବୋଧିତ କରି ମମତା ଏହା କହିଥିଲେ। ଯାହାକୁ ନେଇ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ପଠାଇଥିଲା।

Share