Categories: ଜାତୀୟ

ଏପ୍ରିଲ ୧୨ରେ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ନୋଟିସ

ପାଟନା,୩୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ଏକ ମାନହାନି ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୯ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ଏମ୍‌ପି-ବିଧାୟକ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ଏକ ଆବେଦନ କରିଥିଲେ। ରାହୁଲଙ୍କୁ ଏହି ବିଷୟରେ ତାଙ୍କ ବିବୃତି ରେକର୍ଡ କରିବାକୁ ଡକାଯାଇଛି। ଏହି ମାମଲାରେ ରାହୁଲ ଜାମିନରେ ଅଛନ୍ତି। ସୁଶୀଲ କୁମାର ମୋଦିଙ୍କ ଓକିଲ ଏସ୍‌ଡି ସଞ୍ଜୟ କହିଛନ୍ତି ଯେ, ୨୦୧୯ରେ ପାଟଣାର ଏମ୍‌ପି-ବିଧାୟକ କୋର୍ଟରେ ‘ମୋଦି ସରନେମ୍‌’ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଏକ ମାମଲା ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲଙ୍କ ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ତାଙ୍କୁ ସୁରତ କୋର୍ଟ ପକ୍ଷରୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୨ ବର୍ଷ ଜେଲଦଣ୍ଡ ହେବା ପରେ ତାଙ୍କ ଲୋକ ସଭା ପଦ ଚାଲିଯାଇଛି।

Share