କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଜ୍ଞପ୍ତି

ନୟାଗଡ଼,୨ା୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିପାରିିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ ଅଗଷ୍ଟ ୩୧ ଗୁରୁବାର ଜର୍ନାଲ ନଂ. ୧୭୮ରେ ପବ୍ଲିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୟାଗଡ଼ ଜିଲାର ଦାବି ବହୁ ଦିନ ପରେ ସଫଳ ହେବାକୁ ଯାଉଛି। କେହି ଦାବିଦାର ନ ରହିଲେ ୩ ମାସ ପରେ କେନ୍ଦ୍ର ସରକାର କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରିବେ।
କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ୭୩୯ ନଂ. ଦରଖାସ୍ତରେ ବାଣପୁର ଗଁାର ନୀଳମାଧବ କୃଷି ସଙ୍ଗଠନ ପକ୍ଷରୁ ଆବେଦନ କରାଯାଇଥିଲା। ଜିଲା କୃଷି ବିଜ୍ଞାନ ପକ୍ଷରୁ ଏଥିପାଇଁ ଆବଶ୍ୟକ କାଗଜାତ ଓୟୁଏଟି ମାଧ୍ୟମରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନସ୍‌ ରେଜିଷ୍ଟ୍ର ଚେନ୍ନାଇରେ ୨୦୨୧ରେ ଆବେଦନ ହୋଇଥିଲା। ଏନେଇ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ କୁହନ୍ତି, କଣ୍ଟେଇମୁଣ୍ଡି ବାଇଗଣ ପ୍ରଥମେ କଣ୍ଟିଲୋରେ ହୋଇଥିଲା। ପରେ ଏହା ମହାନଦୀ ପଠା ବଡ଼ବାଣପୁର, ରତନପୁର, ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ରେ ଚାଷ କରାଯାଇଥିଲା। ଧୀରେ ଧୀରେ ଜିଲାର ବିଭିନ୍ନ ଅଞ୍ଚଳରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ ହେଉଛି। ଏହାର ଗଛ, ପତ୍ର, ଫଳରେ କଣ୍ଟା ଥାଏ। ବାଇଗଣ ଦେଖିବାକୁ ନୀଳରଙ୍ଗର ଓ ଗୋଲାକାର। ଏହାର ଲମ୍ବା ୩.୮୧ ଓ ଓସାର ୧୫ ସେମି.। ଗଛର ଉଚ୍ଚତା ୬୧ରୁ ୬୫ ସେମି.। ବାଇଗଣ ଛୋଟ ଛୋଟ ହୋଇଥିଲେ ହେଁ ଅଧିକ ମଞ୍ଜି ଥାଏ। କିନ୍ତୁ ଅଧିକ ସ୍ବାଦିଷ୍ଟ। ବାଇଗଣ ଗଛରେ ୩୦ରୁ ୩୫ ଦିନ ମଧ୍ୟରେ ଫଳ ଆସିଥାଏ। ଗୋଟିଏ ଗୋଟିଏ ବାଇଗଣ ୪୦ରୁ ୧୦୦ ଗ୍ରାମ ମଧ୍ୟରେ ହୋଇଥାଏ। ବାଇଗଣ ଗଛର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ଥାଏ। ୧୦୦ ବର୍ଷ ତଳୁ ଜିଲାରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ ହୋଇ ଆସୁଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୩ ମାସ ପରେ କେହି ଦାବିଦାର ନ ହେଲେ ନୟାଗଡ଼ ଜିଲାର କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌ ମାନ୍ୟତା ସୁବିଧାରେ ପାଇବ।
ଏ ସଂକ୍ରାନ୍ତରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, କଣ୍ଟିଲୋର କଣ୍ଟେଇମୁଣ୍ଟି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୨୦୨୧ରେ ଆବେଦନ କରାଯାଇଥିଲା। କଣ୍ଟେଇମୁଣ୍ଟି ବାଇଗଣ ନୟାଗଡ଼ ଜିଲାର ୟୁନିକ ପ୍ରଡକ୍ଟ। ଏହି ବାଇଗଣ ଉପରେ ଭୁବନେଶ୍ୱରରେ ୩ ଥର ସର୍ଭେ ହୋଇଛି। କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ଆବଶ୍ୟକ କାଗଜାତ ଉପସ୍ଥାପନ କରାଯାଇଥିଲା। ଜିଆଇ ଟ୍ୟାଗ୍‌ର ବିଜ୍ଞପ୍ତି ପରେ ବାଣପୁର ଗଁାର ନୀଳମାଧବ କୃଷି ସଙ୍ଗଠନର ଆବେଦନ ଓ ନୟାଗଡ଼ ଜିଲା ପ୍ରଶାସନର ୨ ବର୍ଷର ଚେଷ୍ଟା ସଫଳ ହୋଇଛି। କଣ୍ଟେଇମୁଣ୍ଡି ବାଇଗଣର ସଫଳତା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ସଫଳତାର ବାଟ ଦେଖାଇଛି ବୋଲି କହି ଜିଲାପାଳ ଖୁସି ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ଶିମିଳପାଳ କାଇ ଚଟଣୀ, କପଡ଼ାଗଣ୍ଡର ଡଙ୍ଗରିଆ କନ୍ଧ ଶାଲ୍‌, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆସଉରା ଚିତ୍ରକଳା ପ୍ରମୁଖ ମଧ୍ୟ ଏହି ଜିଆଇ ଜର୍ଣ୍ଣାଲରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନକୁମ୍ବେନ୍ସି ଚାର୍ଟରେ ପୂର୍ବତନ ଜିଲାପାଳଙ୍କ ନାମ: ଉଠିଲା ପ୍ରଶ୍ନ

ହାଟଡିହୀ,୫l୧୧(ଶୁଭକାନ୍ତ ନାୟକ):ସମ୍ପ୍ରତି ସମାଜରେ ଦୈନନ୍ଦିନ ଜୀବନରେ ଅନ ଲାଇନ ଉପରେ ପ୍ରାୟତଃ ସମସ୍ତେ ନିର୍ଭରଶୀଳ ଅଟନ୍ତି l ବିଭିନ୍ନ କାର୍ଯ୍ୟ ପାଇଁ ଅନ ଲାଇନ ପଦ୍ଧତି...

ଜାତୀୟ ଉତ୍ସବ ଭାବରେ ଆୟୋଜିତ ହେବ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ

ଭୁବନେଶ୍ୱର,୫ା୧୧: କେନ୍ଦ୍ର ସରକାର ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି...

ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭଦ୍ରକ,୫।୧୧: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨...

କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ...

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର(...

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ...

ଓଡ଼ିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ୩ ସ୍ବର୍ଣ୍ଣ ପଦକ ହାସଲକାରୀ ସମ୍ମାନିତ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ରବିବାର ଓଡିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବହୁତ ହୋଇଗଲା ଏଥର ଛାଡ଼ିବାନି: କାହିଁକି ଏମିତି କହିଲେ ପୁରୀ ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri