ଆରଆଇ, ଏଆରଆଇ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ କଲା ବିଜ୍ଞପ୍ତି, ଡିସେମ୍ବର ୩୦ରୁ ଆବେଦନ ଆରମ୍ଭ 

ଭୁବନେଶ୍ୱର,୨୯ା୧୨: ଓଡ଼ିଶା ସବ ଅର୍ଡିନେଟ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ, ଆଇସିଡିଏସ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ୨୦୨୩ ଡିସେମ୍ବର ୩୦ ତାରିଖରୁ ଆବେଦନ ଆରମ୍ଭ ହେଉଥିଲା ବେଳେ ୩୧ ଜାନୁୟାରୀ ୨୦୨୪ ଶେଷ ତାରିଖ ରହିଛି। ଆଶାୟୀ ପ୍ରାଥୀମାନେ ଓଏସଏସଏସସି ଅଫିସିଆଲ ୱେବସାଇଟ https://www.osssc.gov.in/ ରେ ଯାଇ ଆବେଦନ କରିପାରିବେ।

ଖାଲିଥିବା ପଦବୀ ବିବରଣୀ: ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ଆରଆଇ ୫୫୯ ଟି ପଦବୀ ପୁରାଣ ହେବ। ସେହିଭଳି ଆଇସିଡିଏସରେ ୪୯୮ଟି ପଦବୀ ପୁରଣ ହେବ। ୮୨୭ ଟି ଏଆରଆଇ ପଦବୀ, ୬୮୬ ଟି ଅମିନ ପଦବୀ ଏବଂ ୩୨୫ ଟି ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ରହିଛି।

ବୟସ ସୀମା: ଆଇସିଡିଏସ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍। ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ ଏବଂ ଅମିନ ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୦ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀମାନେ ଆଇସିଡିଏସ ଏବଂ ଆରଆଇ ପଦବୀ ପାଇଁ କୌଣସି ସୀକୃତିପ୍ରାପ୍ତ ବିଶ୍ଵବିଦ୍ୟଳରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଆରଆଇ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ପାଇଁ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମେ ପ୍ରିଲିମିନାରୀ, ଦ୍ୱିତୀୟରେ ମୁଖ୍ୟ ପରୀକ୍ଷା ଏବଂ ଶେଷରେ ପ୍ରାକ୍ଟିକାଲ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ରହିଛି।

ଆବେଦନ ଶୁଳ୍କ: ସମସ୍ତ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ମୁକ୍ତ ଅଟେ।

ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ବିଷୟରେ ଜାଣିବା ପାଇଁ ତଳେ ଥିବା ଲିଙ୍କରେ କ୍ଲିକ କରନ୍ତୁ।

https://www.osssc.gov.in/OSSSC


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri