Categories: ଖେଳ

ୟୁଏସ୍‌ ଓପନ ଖେଳିପାରିବେନି ଟେନିସ ଷ୍ଟାର

ନ୍ୟୁୟର୍କ,୨୫ା୮: ଟେନିସ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌ ୟୁଏସ୍‌ ଓପନ ଟେନିସ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ। କୋଭିଡ୍‌ ଭ୍ୟାକ୍ସିନ ନେଇ ନ ଥିବାରୁ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଇଭେଣ୍ଟ ପାଇଁ ଉଠାଣର କିଛି ଘଣ୍ଟା ପୂର୍ବରୁ ସେ ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମରୁ ଓହରିଯାଉଥିବା ବିଷୟ ଘୋଷଣା କରିଥିଲେ। ୟୁଏସ୍‌ ଓପନ ଫ୍ଲଶିଂ ମିଡୋଜ୍‌ଠାରେ ସୋମବାର ଆରମ୍ଭ ହେବ।

Share